ବିରଳ ପ୍ରଜାତିର କଇଁଛ ଉଦ୍ଧାର, ପଠାଗଲା ନନ୍ଦନକାନନ

add-all

ଯାଜପୁର ରୋଡ: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତରପଦା ଗ୍ରାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି। ଯାଜପୁର ରୋଡ ବନ ବିଭାଗ ଏହି ବିଶାଳ କଇଁଛକୁ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଥିବା ଜଣାପଡିଛି।

ସୂଚନା ମୁତାବକ ମଙ୍ଗଳପୁର ଥାନା ତରପଦା ଗ୍ରାମରେ ଏକ ବିରଳ ପ୍ରଜାପତିର ବଡ଼ କଇଁଛ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। କଇଁଛଟି ନିକଟସ୍ଥ ବୈତରଣୀ ନଦୀରୁ ଉଠିଆସି ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଇଥିଲା। ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ର ସଦଳବଳେ ତରପଦା ଗ୍ରାମରେ ପହଞ୍ଚି କଇଁଛକୁ ଉଦ୍ଧାର କରି ଯାଜପୁର ରୋଡ ସ୍ଥିତ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ପରେ କଟକ DFO ଙ୍କ ନିର୍ଦ୍ଧେଶ କ୍ରମେ କଇଁଛଟିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.