ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା!

add-all

ଖୋର୍ଦ୍ଧା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁରେ। ମୃତକ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାରସିଂ।

ଅଭିଯୋଗ ଅନୁସାରେ, ଗତ କିଛି ମାସ ହେବ ଗୋଟିଏ ସରକାରୀ ଜମିକୁ ନେଇ  ଗାଁର ନାରାୟଣ ବରାଳ ନାମକ ଜଣେ ବ୍ୟକ୍ତିଙ୍କ ସହ ରବିନ୍ଦ୍ରନାଥଙ୍କର  ବିବାଦ ଲାଗି ରହିଥିଲା। ଗତକାଲି ଏହି ଜମିଜମା ବିବାଦକୁ ନେଇ ରବୀନ୍ଦ୍ରଙ୍କ ଘର ଆଗରେ ନାରାୟଣ ଓ ତାଙ୍କର କିଛି ସହଯୋଗୀମାନେ ଆସି ପାଟିତୁଣ୍ଡ କରିଥିଲେ।

ଯାହାଫଳରେ ରବୀନ୍ଦ୍ର ପାଟି ଶୁଣି ଘର ବାହାରକୁ ଆସି ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା।  ପରେ ପତିପକ୍ଷ ମାନେ ରବିନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଯାହାଦ୍ବାରା ରବିନ୍ଦ୍ର ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରବିନ୍ଦ୍ରଙ୍କ ପୁଅ  ଥାନାରେ ଅଭିଯୋଗ କରିଥିବାବେଳେ, ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.