ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି: ଡିନ୍‌ଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

add-all

ବୁର୍ଲା : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସୁଇଟ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଛାତ୍ର କଲ୍ୟାଣ ଡିନ୍‌ଙ୍କ ବି‌ରୋଧରେ ମାନସିକ ନିର୍ଯାତନା ଦେଉଥିବା ଏବଂ କ୍ଷମତାର ଦୁରୁପୋଯୋଗ କରୁଥିବା ଅଭିଯୋଗ ଆଣି ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ଧାରଣାରେ ବସିଥିଲେ।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ଛାତ୍ର କଲ୍ୟାଣ ଡିନ୍ ଡ. ରଶ୍ମିକାନ୍ତ ପତି ବିନା କାରଣରେ ସେମାନଙ୍କୁ ମାନସିକ ନିର୍ଯାତନା ଦେବାସହିତ ନିଜ କ୍ଷମତା ପ୍ରୟୋଗ କରି ମାନସିକ ଚାପ ଦେଉଛନ୍ତି। ଛାତ୍ରଛାତ୍ରୀମାନେ ଏଭଳି ଚାପଗ୍ରସ୍ତ ହୋଇ ରହିଲେ କେତେବେଳେ କିଏ ଆତ୍ମହତ୍ୟା କରିବ କହି ହେବନାହିଁ ବୋଲି ଅଭିଯୋଗ କରିଛନ୍ତି। ତେଣୁ କରି ଡ. ପତିଙ୍କୁ ତୁରନ୍ତ ସୁଇଟ୍‌ରୁ ବହିଷ୍କାର କରିବାକୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଡ଼ି ବସିଥିଲେ। ଧାରଣାସ୍ଥଳକୁ ସୁଇଟ୍‌ର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ମହାନ୍ତି ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ମଧ୍ୟ କୁଳପତି ନ ଆସିବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ଶେଷରେ କୁଳପତି ପ୍ରଫେସର ସଂଯୁକ୍ତା ଦାସ ଏବଂ କୁଳସଚିବ ଡ. ନୃପରାଜ ସାହୁ ଘଟଣାସ୍ଥଳକୁ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କୁଳପତି ପ୍ରଫେସର ଦାସ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ।

ad-week
Leave A Reply

Your email address will not be published.