ଆଗକୁ ଆସୁଛି ପ୍ରଥମାଷ୍ଟମୀ : ହଳଦୀପତ୍ରର ଚାହିଦା ବଢୁଛି, ମିଳୁନି ସଠିକ୍‌ ଦର

add-all


ଦାରିଙ୍ଗବାଡି : ଚଳିତ ମାସ ୧୬ ତାରିଖ ବୁଧବାର ଦିନ ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷ କରି ବ୍ରହ୍ମପୁର,ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ସମଗ୍ର କନ୍ଧମାଳ ଜିଲ୍ଲାରେ ଏହି ପର୍ବ ପାଳନ ଅବସରରେ ପିଠା ପ୍ରସ୍ତୁତ ପାଇଁ ହଳଦୀ ପତ୍ରର ଆବଶ୍ୟକ ରହିଛି। ହଳଦୀ ପତ୍ରରେ ପ୍ରସ୍ତୁତ ପିଠା ଦେହ ପାଇଁ ଅତି ସ୍ବାସ୍ଥ୍ୟକର ହୋଇଥିବା ବେଳେ କନ୍ଧମାଳ ହଳଦୀରେ କୁରକୁମିନ ରହିଛି, ଯାହାକି କ୍ୟାନ୍‌ସର ଭଳି ରୋଗକୁ ମଧ୍ୟ ପ୍ରତିହତ କରିବାର ଦକ୍ଷତା ରହିଛି ବୋଲି କୁହାଯାଏ। ତେବେ ହଳଦୀପତ୍ର ଅତି ଶସ୍ତା ଦରରେ ଚାଷୀ ବିକ୍ରି କରୁଛନ୍ତି ଏହି ଅଭାବୀ ବିକ୍ରିକୁ ନେଇ ଚାଷୀ ଚିନ୍ତାରେ। ଦାରିଙ୍ଗବାଡି, ରାଇକିଆ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସେ ଏକା ଦର ରହୁଛି। ୧ଶହ ପତ୍ରକୁ ଏକ ବିଡା ବନ୍ଧା ଯାଉଛି ଏବଂ ଏହି ପତ୍ରକୁ ଦଲାଲମାନେ ମାତ୍ର ୧୫ରୁ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାକୁ ଦଲାଲମାନେ ବାହାର ଜିଲାକୁ ନେଇ ଚଢ଼ା ଦରରେ ବିକ୍ରି କରି ଲାଭବାନ ହେଉଥିବା ବେଳେ କନ୍ଧମାଳ ଚାଷୀ ନିଜ ଜମିରେ ପରିଶ୍ରମ କରି ମଧ୍ୟ ଦିନକୁ ମାତ୍ର ୨ ଶହ ରୁ ୩ ଶହ ଟଙ୍କା ରୋଜଗାର କରୁଛନ୍ତି। ସରକାର ଏହାର ଦର ଧାର୍ଯ୍ୟ କରିବା ଜରୁରୀ ହୋଇ ପଡିଛି ବୋଲି କିଛି ଚାଷୀ କହିଛନ୍ତି

ad-week
Leave A Reply

Your email address will not be published.