ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ପରିଦର୍ଶନ କଲେ ସ୍ୱତନ୍ତ୍ର ସଚିବ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଟିକାବାଲି କୁ ଉଚ୍ଚ ଶିକ୍ଷା ବିଭାଗରୁ ତରଫରୁ ସ୍ୱତନ୍ତ୍ର ସଚିବ ଆଜି ପରିଦର୍ଶନ କରିଥିଲେ lମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏବଂ ପ୍ରଫେସର ଆଧ୍ୟାପକ ବନମାଳୀ ବେହେରା, ସମସ୍ତ ଆଧ୍ୟାପକ ସ୍ୱତନ୍ତ୍ର ସଚିବଙ୍କୁ ସ୍ୱାଗତ କରାଯାଇଥିଲା lମହାବିଦ୍ୟାଳୟ ପାଇଁ ମିଳିଥିବା ଅନୁଦାନ ଠିକ ରେ ବିନିଯୋଗ ହେଉଛିକି ନାହିଁ, ଉଚ୍ଚ ଶିକ୍ଷା ସଚିବଙ୍କ ନିର୍ଦେଶକ୍ରମେ ତାହା ସ୍ୱତନ୍ତ୍ର ସଚିବ ଏବଂ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ପୁଙ୍ଖାନପୁଙ୍ଖ ଭାବରେ ଅନୁଧ୍ୟାନ କରିବା ସହିତ ଟିକାବାଲି ଏ ଏମ ସିଏସ ମହାବିଦ୍ୟାଳୟରେ ତଦାରଖ କରିଥିଲେ l ଏ ଏମସିଏସମହାବିଦ୍ୟାଳୟର ଶ୍ରେଣୀଗୃହ, ମହାବିଦ୍ୟାଳୟ ପାଇଁ ଆବଶ୍ୟକ ଜିନିଷ କିଣା ଯାଇଥିବା ଏବଂ ନିର୍ମାଣ କୋଠାଘରକୁ ସଚିବ ପରିଦର୍ଶନ କରିଥିଲେ l ଆଞ୍ଚଳିକ ନିର୍ଦ୍ଦେଶକ ସମସ୍ତ ଶ୍ରେଣୀକକ୍ଷ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ନିଜକୁ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଉପଦେଶ ଦେଇଥିଲେ l କଲେଜ ନାକ (NAAC) ସ୍ୱୀକୃତି ଯେପରି ଶୀଘ୍ର ହେବ ସେ ବିଷୟରେ ଅଧ୍ୟାପକ, ଅଧ୍ୟାପିକାଙ୍କ ସହିତ ସ୍ୱତନ୍ତ୍ର ସଚିବ ଆଲୋଚନା କରିଥିଲେ l ପରିଦର୍ଶନ ରେ ଆସିଥିବା ସ୍ୱତନ୍ତ୍ର ସଚିବ ନୂତନ କୋଠାଘର, କିଣା ଯାଇଥିବା ଜିନିଷର ସଦୁପଯୋଗ ଓ ରକ୍ଷଣାବେକ୍ଷଣ ଉପରେ ସମସ୍ତ ମହାବିଦ୍ୟାଳୟର କର୍ମଚାରୀଙ୍କୁ ନେଇ ଆଲୋଚନା କରିଥିଲେ l ଟିକାବାଲି ମହାବିଦ୍ୟାଳୟ ର ପ୍ରିନସିପାଲ ଦୀନବନ୍ଧୁ ମହାନ୍ତି, ରୁଷା (RUSA ) ସଂଯୋଜକ ଅଧ୍ୟାପକ ବନମାଳୀ ବେହେରା, ସମସ୍ତ କର୍ମଚାରୀ, ଅଞ୍ଚଳର ଜନସାଧାରଣ ଓଡିଶା ସରକାର ତଥା ଉଚ୍ଚ ଶିକ୍ଷା ସଚିବଙ୍କୁ ଏହି ଅନୁଦାନ ନିମନ୍ତେ କୃତଜ୍ଞତା ଜାଣେଇଥିଲେ l

ad-week
Leave A Reply

Your email address will not be published.