ହିଲପାଟନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ”କାର୍ଯ୍ୟକ୍ରମ…

add-all

ବ୍ରହ୍ମପୁର : ହିଲପାଟନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟୟନରତ ପୂର୍ବତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ‘ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ’କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୋ ସ୍କୁଲ ସଭାପତି ଅଶ୍ୱିନୀ ପଟ୍ଟନାୟକ ଙ୍କ ପୋୖରହିତ୍ୟି ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଭୂୟାଁ,ଚନ୍ଦ୍ର କାନ୍ତି ନାୟକ, ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀତା ମହାପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କେ. ଶଙ୍କର ଆଚାରୀ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜନା ବେବର୍ତା, ଆଲୁମିନି ରାଜରାଓ ପ୍ରମୁଖ ଯୋଗଦେଇଥିଲେ।ଗାୟତ୍ରୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜୋସନାମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ad-week
Leave A Reply

Your email address will not be published.