
ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନା ଅଞ୍ଚଳର ପନ୍ଦର ରୁ ଉର୍ଦ୍ଧ୍ଵ ଝାଡା ବାନ୍ତି ର ଶିକାର ହୋଇ ପ୍ରକଳ୍ପ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିରନ୍ତର ଚିକିତ୍ସା ପାଇଁ ପଠା ଯାଇଥିବା ପ୍ରକଳ୍ପ ଡାକ୍ତରଖାନା ର ଡାକ୍ତର ସୂଚନା ଦେଇଛନ୍ତି। ଆକ୍ରାନ୍ତ ମାନେ ହେଲେ ଖାତିଗୁଡା ରୁ ମାନସ ହୋତା(25),ଦୈତାରି କୁମ୍ଭାର(26),ଅମିକ ସୁନା(35,), ବସଷ୍ଟାଣ୍ଡ ସାହିରୁ ସାଳିମା ଖରା28),ପ୍ରିନ୍ସ ଖରା(7),ନିହାଲ ଖରା(4), ସର୍ବେଶ୍ୱର ବେହେରା(4),ଦୀପାଲି ସେଂହା(30) ପୋଡ଼ାଗଡ଼ରୁ କୁନ୍ତଳା ବାଘ (50),ଫଟାଗୁଡା ରୁ ମଧୁସୂଦନ ବିଶୋଇ (53) ,ଦେଓପାଲି ରୁ ଭ୍ରମରବର ବେହେରା (55),ବେଜୁଗୁଡ଼ାରୁ ନବୀନ ହରିଜନ(15) ପ୍ରମୁଖ। ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନା କୁ ପୁନଃକାର୍ଯ୍ୟକ୍ଷମ କରିବାର ତିନିମାସ ବିତିବାକୁ ବସିଲାଣି ତଥା ପ୍ରକଳ୍ପ ଡାକ୍ତରଖାନା 32 ଶଯ୍ୟା ବିଶିଷ୍ଟ ହୋଇଥିବା ସତ୍ତ୍ୱେ ଚବିଶ ଘଣ୍ଟା ଚିକିତ୍ସା ସେବା ପାଇଁ ଆବଶ୍ୟକ ବୈଷୟିକ କର୍ମଚାରୀ ଏ ପର୍ଯ୍ୟନ୍ତ ପୁରଣ ହୋଇପାରି ନାହିଁ। ଆବଶ୍ୟକ ମୁତାବକ କର୍ମଚାରୀ,ଜିଲ୍ଲା ଚିକିତ୍ସାଧିକାରୀ ଯୋଗାଇ ଦେଇନଥିବାରୁ ଆଜି ପନ୍ଦର ଜଣ ଆକ୍ରାନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ଡାକ୍ତର ବାଧ୍ୟ ହୋଇଛନ୍ତି।ଇଏ ହେଉଛି ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ।