ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଆସନ୍ତା କାଲି ଠାରୁ କଳା ବ୍ଯାଜ ପରିଧାନ କରିବାକୁ ନିଷ୍ପତ୍ତି…

add-all


ଫୁଲବାଣୀ :- ୧୩/୧୧ କନ୍ଧମାଳ ଜିଲ୍ଲାର ସଦର ମହକୁମା ସ୍ଥିତ ମୋହନ ଦାସ କରମଚାନ୍ଦ ସଂସ୍କୃତିକ ପରିଷଦ କକ୍ଷରେ କନ୍ଧମାଳ ଜିଲ୍ଲାର ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ବରେ ବ୍ଲକ ସାଙ୍ଗଠନିକ ସମ୍ପାଦକ ଓ ଜିଲ୍ଲା କର୍ମକର୍ତାଙ୍କ ମଧ୍ୟରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହେଇଯାଇଅଛି l ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲା ଓଡିଶା କର୍ମଚାରୀ ସଂଗ୍ରାମ ସମିତିର ଜିଲ୍ଲା ସଭାପତି ଓ ସମ୍ପାଦକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆସନ୍ତା ୧୪ ତାରିଖରୁ କଳାବ୍ଯାଚ ପରିଧାନ ପୂର୍ବକ କାର୍ଯ୍ୟ କରିବା ପାଇଁ ଏବଂ ଆଗାମୀ ୨୬ ତାରିଖ ଦିନ ଭୁବନେଶ୍ଵର ଯିବା ପାଇଁ ପରାମର୍ଶ ଦେଇଥିଲେ l ଆୟୋଜିତ ବୈଠକରେ କନ୍ଧମାଳ ଜିଲ୍ଲାର ପ୍ରତି ବ୍ଲକ ରୁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀର ବ୍ଲକ ସାଙ୍ଗଠନିକ ସମ୍ପାଦକଙ୍କ ସହ ଅନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ ଏହିପରି ଭାବରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ କର୍ମଚାରୀ ଯୋଗଦେଇଥିଲେ । ଏବଂ ଆଜିକାର ଏହି ବୈଠକରେ ଓଡିଶା କର୍ମଚାରୀ ସଂଗ୍ରାମ ସମିତିର ଦୁଇ ମୁଖ୍ୟ ବକ୍ତା ଓ ଓଡିଶା ସରକାରୀ ଆଉଟସୋର୍ସଙ୍ଗ କର୍ମଚାରୀ ମହାସଂଘର ସଭାପତି ଓ ସମ୍ପାଦକ ଉଦବୋଧନ ଦେଇ ବ୍ଳକ ଓ ଜିଲ୍ଲାରୁ ଆସିଥିବା ସହ ସହ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ କହିଥିଲେ ଯେ ରାଜ୍ୟ ଶାଖାର ନେତୃମଣ୍ଡଳୀଙ୍କ ନିସ୍ପତି ଓ ନିର୍ଦ୍ଦେଶକ୍ରମେ ଆମ୍ଭେମାନେ ବି ସେହି ନିଷ୍ପତ୍ତିକୁ ମାନି ଆଗାମୀ ୧୪.୧୧.୨୦୨୨ ରିଖ ଠାରୁ ତା ୧୯.୧୧.୨୦୨୨ ରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବା ଏବଂ ତତ୍ ସଙ୍ଗେ ସଙ୍ଗେ ତା.୨୬.୧୧.୨୦୨୨ ରିଖରେ ହେବାକୁ ଥିବା ଆନ୍ଦୋଳନ ସାରା ଓଡିଶାରୁ ହଜାର ହଜାର ସଂଖ୍ୟାରେ କାର୍ଯ୍ୟରତ ଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ନିଜ ଜିଲ୍ଲାରେ ନିଜ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଏକ ଦିନ ପାଇଁ ଅନୁମତି ମାଗି ନିଜ ଜିଲ୍ଲାରୁ ବାହାରି ଯାଇ ରାଜ୍ୟଶାଖାରେ ଯୋଗ ଦେଇ ଭୂବନେଶ୍ବରରେ ଥିବା ଲୋୟର ପିଏମଜୀ ନିକଟରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ଆଲୋଚନା କରଯାଇଥିଲା l ଜିତେନ୍ଦ୍ର ମାର୍ଥା ସଭାକୁ ସଂଯୋଜନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ପଣ୍ଡା, ସତ୍ୟ ନାରାୟଣ ପଣ୍ଡା, ସୂର୍ଯ୍ୟ ନାରାୟଣ ସାହୁ, ଲଲିତ କୁମାର ଜେନା, ପ୍ରଦୀପ କୁମାର ପ୍ରଧାନ, ବିଶ୍ବପ୍ରକାଶ ଜେନା, ପ୍ରକାଶ ଚନ୍ଦ୍ର ବେହେରା, ସୁଶାନ୍ତ କହଁର, ବସନ୍ତ କୁମାର ପ୍ରଧାନ ସରୋଜ କୁମାର ନାୟକ,ମାନଶ ରଞ୍ଜନ ଆଚାରୀ, ନୀଳ ମାଧବ ସାହୁ, ଅଶୋକ କୁମାର ପଟ୍ଟନାୟକ, ଦୀପକ କୁମାର ରଥ, କାର୍ତିକ ସାହାଣି ଓ ପ୍ରତ୍ୟେକ ବ୍ଲକର ସାଙ୍ଗଠନିକ ସମ୍ପାଦକ ଓ ଅନ୍ୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.