
ଚିତ୍ରକୋଣ୍ଡା: ଓଡିଶା ଡ୍ରାଇଭର ମହାସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଖୁବ ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପାଇବା ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଶାଖା ଡ୍ରାଇଭର ମହା ସଂଘ ତରଫରୁ ୟୁକୋପାର୍କ ସ୍ଥିତ ଡ୍ରାଇଭର ସଂଘ କାର୍ଯ୍ୟାଳୟ ପରିସରରେ ଚିତ୍ରକୋଣ୍ଡା ବ୍ଲକ ଶାଖା ସଂଘ ସଭାପତି ଶୁକଦେବ ମାଝୀ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରେ ଖୁସି ମନାଇଛନ୍ତି l ଆଗାମୀ ଅଳ୍ପ ଦିନ ମଧ୍ୟରେ ସେମାନଙ୍କ ଦାବି ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପୂରଣ କରିବା ନେଇ ସବୁଜ ସଂକେତ ଦେଇ ଥିବାରୁ ଚିତ୍ରକୋଣ୍ଡା ବ୍ଲକ ର ଡ୍ରାଇଭର ସଂଘ ଶାଖାର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ସେମାନଙ୍କ ମଧ୍ୟରେ ଆଶାର ଆନନ୍ଦ ଖେଳି ଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତ ସଗରିଆ, ପୂର୍ଣଚନ୍ଦ୍ର ମାଝୀ,ବାବୁଲା ସଗରିଆ, ଗୁରୁନାଥ ହରିଜନ, ଜଗନ୍ନାଥ ନାଗ,ମନୋଜ କୁମାର ମହାନ୍ତି, ମନୋଜ କୁମାର ଲାଲ ଙ୍କ ବହୁ ସଦସ୍ୟ ଉପସ୍ଥିତ ରହି ଡ୍ରାଇଭର ମାନଙ୍କର ବିଭିନ୍ନ ବିକାଶ କଥା ଆଲୋଚନା ସହ ଖୁସି ମନାଇଛନ୍ତି l