ଜନସେବା କେନ୍ଦ୍ରରେ ଠକେଇ ଅଭିଯୋଗ

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତ ଜାନବାଇ ଠାରେ ତରୁଣ ସାହା ନାମକ ଵ୍ୟକ୍ତି ଏକ ଘରୋଇ ଭାବରେ ଜନ ସେବା କେନ୍ଦ୍ର ମାଧ୍ୟମରେ କିଛି ଦିନ ହେଲା ସେଠାକାର ଜନସାଧାରଣଙ୍କ ଠାରୁ ଟଙ୍କା ଜମା ଉଠାଣ କରିଆସୁଥିବା ଅଭିଯୋଗ ହୋଇଛି l ସ୍ୱାଭିମାନ ଅଞ୍ଚଳର ଚାରିଜଣ ଠାରୁ ଜନ ସେବା କେନ୍ଦ୍ରରେ ଠକେଇ ହୋଇଥିବା ନେଇ ପାପରମେଟେଲା ଥାନାରେ ଜାନବାଇ ଜନସେବା କେନ୍ଦ୍ରର ପରିଚାଳକ ତରୁଣ ସାହା ନାମରେ ଏତଲା ଦେଇଛନ୍ତି l ସେମାନଙ୍କ ଆଧାର କାର୍ଡ ନମ୍ବର ଏବଂ ଆଙ୍ଗୁଠି ଛାପ ନେଇ ତାଙ୍କ ଆକାଉଣ୍ଟ ବାଲାନ୍ସ ଥିବା ଟଙ୍କାରୁ କମ ଅଛି ବୋଲି କହି ଅବଶିଷ୍ଟ ଟଙ୍କା ବାଟମାରଣା କରୁଥିବା ଅଭିଯୋଗ ହୋଇଛି । ଏଇ ଭଳି ଚାରିଜଣଙ୍କ ଆକାଉଣ୍ଟରୁ କୋଡିଏ ହଜାର ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି l ଠିକ୍ ସେଭଳି ଗତ ମେ ମାସରେ କୁରୁମାନୁର କିଓସ୍କୋ ବ୍ୟାଙ୍କରେ ମଧ୍ୟ ଏକ ଘୋଟଲା ପଦାକୁ ଆସିଥିଲା l ଏଇଭଳି ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଟଙ୍କା ଉଠାଣ ହୋଇ ଠକେଇ ହେଉଥିବାର ଅଭିଯୋଗ ହୋଇ ଦବି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଅବିଳମ୍ବେ ସୀତାମା ଟଙ୍କା ଫେରି ପାଇବା ଏବଂ ହେଉଥିବା ଅଭିଯୋଗ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହେଉଛି l

ad-week
Leave A Reply

Your email address will not be published.