ନାଗ ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ

add-all

ବଲାଙ୍ଗୀର: ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ। ବଲାଙ୍ଗୀର ପୁଇଁତଳା ବିଲେଇ ସର୍ଡା ଗାଁରେ ନାଗସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ବୀର ବିଶ୍ୱାଳଙ୍କୁ ଗିରଫ କରିଛି ବନ ବିଭାଗ। ନ୍ୟୁଜ-୭ରେ ଖବର ପ୍ରକାଶ ପରେ ବନ ବିଭାଗରେ କାର୍ଯ୍ୟନୁଷ୍ଠାନ ନେଇଛି।

ଅଭିଯୁକ୍ତ ବୀର ବିଶ୍ୱାସ ଏକ ନେଲକଟର ସାହାଯ୍ୟରେ ନାଗସାପର ଦାନ୍ତ ଭାଙ୍ଗିଥିଲା। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପରିବେଶବିତ ଓ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ନ୍ୟୁଜ-୭ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ହେବା ପରେ ବନ ବିଭାଗ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ବୀରକୁ ଗିରଫ କରି ଥାନାକୁ ନେଇଛି।

ଗତକାଲି ସାପଟି ଜନବସତିରେ ପଶି ଆସିବାରୁ ଅଭିଯୁକ୍ତ ବୀର ବିଶ୍ୱାଳା ତାଙ୍କୁ ଭିଡ଼ ଭିତରୁ ଉଦ୍ଧାର କରିଥିଲା। ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବ ବଦଳରେ ସେ ଏକ ନେଲ୍‌କଟର ସାହାଯ୍ୟରେ ସାପର ବିଶ ଦାନ୍ତ ଗୋଟି ଗୋଟି କରି ଭାଙ୍ଗିଥିଲା। ଏହି ଦୃଶ୍ୟକୁ କେହି ଜଣେ ଭିିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଏହାପରେ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ବୀର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଉ ଆଜି ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି।

ad-week
Leave A Reply

Your email address will not be published.