ଅଲିଭ୍ ରିଡଲେଙ୍କ ଆଗମନ ପାଇଁ ଆରମ୍ଭ ହେବ ମେଗା ସଫେଇ କାର୍ଯ୍ୟକ୍ରମ

add-all

କୋଣାର୍କ: ସମୟ ଆସିଲାଣି। ଏବେ ଓଡ଼ିଶାକୁ ଆସିବେ ବିଦେଶୀ ଅତିଥି। ତାଙ୍କୁ ସ୍ୱାଗତ କରିବାକୁ ଚାଲିଛି ପ୍ରସ୍ତୁତି। ଆମେ କହୁଛୁ ଅଲିଭ ରିଡେଲ୍‌ କଇଁଛଙ୍କ କଥା। ଏମାନଙ୍କର ଅଣ୍ଡା ଦେବା ସମୟ ଆସିଗଲା। ଏବେ ଏମାନେ ଓଡ଼ିଶାର ବେଳଭୂମିକୁ ଆସି ଅଣ୍ଡାଦାନ କରିବେ। ଏଥିପାଇଁ ଅଲିଭ ରିଡଲେ କଇଁଛଙ୍କ ସ୍ୱାଗତ ପାଇଁ ଆସନ୍ତାକାଲି ସକାଳ ୭ରେ ଇକୋ ରିଟ୍ରିଟ ନିକଟ ସାହୁଖଣତାରେ ସଫେଇ କାର୍ଯ୍ୟକ୍ରମ ଆରମ୍ବ ହେବ।

ପୁରୀ ଜିଲ୍ଲାର ସାତପଡ଼ା ଠାରୁ ଅସ୍ତରଙ୍ଗ ୧୧ ଟି ବେଳାଭୂମିରେ ଏହି ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କୋଣାର୍କର ଅନେକ ଛାତ୍ରଛାତ୍ରୀ, ଯୁବକ, ସ୍ୱେଚ୍ଛାସେବୀ ସଂଗଠନ, ପରିବେଶ ବିତ, ସମାଜସେବୀ ଯୋଗ ଦେବେ।

ସେଭ କୋଷ୍ଟଲ ଲାଇଫ(ଉପକୂଳ ଜୀବନର ସୁରକ୍ଷା) ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ପୂର୍ବରୁ, ସେମାନଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ବେଳାଭୂମିକୁ ସଫେଇ କରିବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l

ad-week
Leave A Reply

Your email address will not be published.