ରାଜଧାନୀରେ ଆଉ ଜଣେ ଲେଡି ବ୍ଲାକମେଲର: ଭୁବନେଶ୍ୱରରୁ ବାନ୍ଧିଲା ରାଜସ୍ଥାନ ପୋଲିସ୍

add-all

ଭୁବନେଶ୍ଵର ୧୩।୧୧: ରାଜଧାନୀରେ ଆଉ ଜଣେ ନାଗ ରାଣୀ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ। ଏହି ମାୟାବିନିଙ୍କ ନାମ ପ୍ରୀତି ଦେଶାଇ। ନିଜ ଘର କର୍ଣ୍ଣାଟକ ରେ ହୋଇଥିବା ବେଳେ ନିଜକୁ ଉଚ୍ଚ ଶିକ୍ଷିତା ବୋଲି ପରିଚୟ ଦେଇ ଭୁବେଶ୍ବରରେ ରହୁଥିଲେ ।

ବିଭିନ୍ନ ରାଜ୍ୟର ବଡ଼ ବଡ଼ ହସ୍ତୀ, ଧନୀ ବ୍ୟବସାୟୀଙ୍କୁ ଟାର୍ଗେଟ କରନ୍ତି । ସୋସିଆଲ୍‌ ମିଡିଆ ମାଧ୍ୟମରେ କଥା ହେବା ପରେ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଦାବି କରନ୍ତି । ନିକଟରେ ଚନ୍ଦ୍ରଶେଖରପୂର୍ ଅଞ୍ଚଲରେ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ନିଜ ପ୍ରେମ ଜାଲରେ ଫସାଇ ଲକ୍ଷଧିକ ଟଙ୍କା ଲୁଟି ନେଇଥିଲେ।

କେବଳ ଏତିକି ହିଁ ନୁହେଁ କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀ ବି ଏହି ମାୟାବିନୀର ପ୍ରେମ ଜାଲରେ ଫସିଥିଲେ। ଫଳରେ ଏହି ବ୍ଲାକମେଲରେ ଏତେ ଅତିଷ୍ଠ ହୋଇପଡିଲେ ଯେ ଶେଷରେ ନିଜ ଜୀବନ ହାରିଦେଲେ। ଅଭିଯୋଗ ପରେ ରାଜସ୍ଥାନର କୋଟୱାଲି ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ମାୟାବିନି ପ୍ରୀତିକୁ ଶନିବାର ଗିରଫ କରି ରାଜସ୍ଥାନକୁ ନିଆଯାଇଛି।

ad-week
Leave A Reply

Your email address will not be published.