ଅରବିନ୍ଦ ନଗର ଅଙ୍ଗନୱାଡି କେନ୍ଦ୍ର ଫୁଲବାଣୀ ଠାରେ ଶିଶୁ ଦିବସ ପାଳିତ

add-all

ଫୁଲବାଣୀ : ଅରବିନ୍ଦ ନଗର ଅଙ୍ଗନୱାଡି କେନ୍ଦ୍ର ଫୁଲବାଣୀ ଠାରେ ଶିଶୁ ଦିବସ ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇନଜିବୀ ତଥା ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନୱାଡି ସୁପରଭାଇଜର ମୌସୁମୀ ବେହେରା ସମାଜସେବୀ ଦିବାକର ଦିଗାଲ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ଭବିଷ୍ୟତ କିପରି ଉଜ୍ଜ୍ବଳ ମୟ ହୋଇପାରିବ ସେ ସମ୍ପର୍କରେ କହିଥିଲେ l ସେହିପରି ମୁଖ୍ୟ ଅତିଥି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନ ଆଦର୍ଶ ଆଚରଣ ବିଧି ପିଲାମାନଙ୍କୁ ଗପ ଆକାର ରେ ବୁଝାଇଥିଲେ l ଏଥି ସହିତ ତାଙ୍କୁ କାହିଁକି ଚାଚା ନେହେରୁ ବୋଲି ଡାକୁଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ପରେ ପରେ ମୁଖ୍ୟ ଅତିଥି ଛୋଟ ଛୋଟ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କମଧ୍ୟରେ ଅଙ୍ଗନୱାଡି କର୍ମୀ ବୈଜୟନ୍ତି କହଁର, ମାତୃ କମିଟି ର ସଦସ୍ଯ ସବିତା କହଁର, ଯାଞ୍ଚ କମିଟି ସଦସ୍ୟ ମୀନତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.