ନେହରୁ ଯୁବକେନ୍ଦ୍ରର ପ୍ରତିଷ୍ଠା ଓ ଶିଶୁ ଦିବସ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କୋଟଗଡ ବ୍ଲକର ସ୍ଥାନୀୟ ସନ୍ତୋଷୀ ଆଶ୍ରମ ଜି ମହାବିଦ୍ୟାଳୟ କୋଟଗଡ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ନେହରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଓ ଶିଶୁ ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସନ୍ତୋଷୀ ଆଶ୍ରମ ଜି ମହା ବିଦ୍ୟାଳୟର ଅଧ୍ୟକ୍ଷ ନେତ୍ର ଭାନୁ ପାଇକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଲେଜର ଅଧ୍ୟାପକ ପ୍ରକାଶ କୁମାର ପାଣିଗ୍ରାହୀ, ଶୈଳବାଳା ନାୟକ,ବିକ୍ରମ କୁମାର ସାହୁ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛାସେବୀ ସୂର୍ଯ୍ୟକାନ୍ତ ମାଝୀ, ଅଜିତ ମଝିଆ ସେଠ, ରୀତିମା ବାଘ, ମେଘା ରାଣୀ ମହାପାତ୍ର, ପ୍ରମୁଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଛାତ୍ର ଛାତ୍ରୀ, ଯୁବକ ସଙ୍ଘର ସଭ୍ୟ ସଭ୍ୟା ଏବଂ ନେହରୁ ଯୁବ କେନ୍ଦ୍ର ର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ ଦେଇ ଥିଲେ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ଶୁଭେନ୍ଦ୍ର ସୁନା ମାଝୀ ପ୍ରଥମ,ମିତା ନାୟକ ଦ୍ୱିତୀୟ ଏବଂ ରୋହିତ ମାନସେଠ୍ ତୃତୀୟ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁକ୍ଷ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ସୂର୍ଯ୍ୟକାନ୍ତ କାର୍ଜି ମାଝୀ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ଅଜିତ ମଝିଆ ସେଠ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରି ଥିଲେ l ଏହି କାର୍ଯ୍ୟକ୍ରମକୁ ଏନ ୱାଇ କେର ସହକର୍ମୀ ସତ୍ୟବାନ ଦଳବେହେରା ସଂଯୋଜନା କରିଥିଲେ l

ad-week
Leave A Reply

Your email address will not be published.