ମାର୍କେଟ ବିଲ୍‌ଡିଂ ଭେଣ୍ଡିଂ ଜୋନରେ ମାଙ୍କଡ଼ ଆତଙ୍କ

add-all

ଭୁବନେଶ୍ବର଼:ରାଜଧାନୀ ଭୁବନେଶ୍ୱରରେ ମାଙ୍କଡ଼ ଦୌରାତ୍ମ୍ୟ। ମାର୍କେଟ ବିଲ୍‌ଡିଂର ବଜରଙ୍ଗ ଭେଣ୍ଡିଂ ଜୋନରେ ମାଙ୍କଡ଼ ଆତଙ୍କ । ବିଭିନ୍ନ ଦୋକାନରେ ପଶି ସାମଗ୍ରୀ ଛିନ୍‌ଛତ୍ର କରିବା ସହ ବ୍ୟାପକ ନଷ୍ଟ କରିଛି । ଶେଷରେ କାବୁ ହୋଇଛି ମାଙ୍କଡ଼ । ସକାଳେ ଜଣେ ବ୍ୟବସାୟୀ ଦୋକାନ ଖୋଲିବା ସମୟରେ ମାଙ୍କଡଟି ପ୍ରଥମେ ତାଙ୍କ ଗୋଡ଼କୁ କାମୁଡ଼ିବା ପାଇଁ ଚେଷ୍ଟା କରିଥିଲା।

ବ୍ୟବସାୟୀ ଜଣକ ଯେତେବେଳେ ତାଙ୍କୁ କଦଳୀ ଖାଇବାକୁ ଦେଇଥିଲେ, ସେ ଆକ୍ରମଣ କରିଥିଲା। ଫଳରେ ବ୍ୟବସାୟୀ ଜଣକ ଆହତ ହୋଇଥିଲେ। ପାଖରେ ଥିବା ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ପହଞ୍ଚି ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମାଙ୍କଡଟିକୁ କାବୁ କରିବାରେ ସକ୍ଷମ ହୋଇଥିଲେ।

ad-week
Leave A Reply

Your email address will not be published.