ଆର୍. କେ. ଡାଇବେଟିସ ରେ ବିଶ୍ଵ ମଧୁମେୟ ଦିବସ ପାଳିତ !

add-all

ବ୍ରହ୍ମପୁର : ଆଜି କୋର୍ଟପେଟା ସ୍ଥିତ ଆର୍. କେ. ଡାଇବେଟିସ ଆଣ୍ଡ ଏଣ୍ଡୋକ୍ରାଇନ ସେଣ୍ଟରରେ ବିଶ୍ଵ ମଧୁମେୟ ଦିବସ ପାଳିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଏଣ୍ଡୋକ୍ରାଇନ ବିଭାଗର ସହଯୋଗୀ ଅଧ୍ୟାପକ ଡଃ ପି ରବି କୁମାର ମୁଖ୍ୟ ବକ୍ତା ଭାବେ ଉଦବୋଧନ ଦେଇଥିଲେ! ଚଳିତବର୍ଷ ମଧୁମେୟ ଦିବସର ମୁଖ୍ୟ ବାର୍ତ୍ତା “ACCESS TO DIABETES EDUCATION” ଉପରେ ଆଲୋଚନା କରି ମଧୁମେୟର କାରଣ, ନିରାକରଣ, ଖାଦ୍ୟ ପ୍ରଣାଳୀ, ଜୀବନ ଶୈଳୀ ଏବଂ ବ୍ୟାୟମ ଆଦି ଉପରେ ଆଲୋକପାତ କରିଥିଲେ! ବର୍ତ୍ତମାନ ର ସର୍ବେକ୍ଷଣ ଅନୁଯାୟୀ ଭାରତ ବର୍ଷରେ ଆଠ କୋଟିରୁ ଉର୍ଦ୍ଧ ଲୋକ ମଧୁମେୟ ରେ ଆକ୍ରାନ୍ତ ଏବଂ ଅଧିକାଂଶ ଅଚିହ୍ନଟ ହୋଇ ରହିଛନ୍ତି! ମଧୁମେୟର ନିୟନ୍ତ୍ରଣ ପାଇଁ ମଧୁମେୟର ଶିକ୍ଷା ନିତାନ୍ତ ଆବଶ୍ୟକ! କାର୍ଯ୍ୟକ୍ରମ ରେ ଶତାଧିକ ରୋଗୀ, ସେମାନଙ୍କ ସହଯୋଗୀ ମାନେ ଉପସ୍ଥିତ ଥିଲେ ଏବଂ ବହୁ ଔଷଧ କମ୍ପାନୀର ମେଡିକାଲ ରିପ୍ରେଜେଣ୍ଟେଟିଭ ମାନେ ସହଯୋଗ କରିଥିଲେ!

ad-week
Leave A Reply

Your email address will not be published.