ଦାରିଙ୍ଗବାଡ଼ି ଚାରିଛକରେ ବିଶ୍ରାମଗାର,ପରିଶ୍ରାଗାର ଓ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଦାବୀ

add-all

ଦାରିଙ୍ଗବାଡ଼ି,୧୪/୧୧, ଦାରିଙ୍ଗବାଡ଼ି ଚାରିଛକରେ ବିଶ୍ରାମଗାର, ପରିଶ୍ରାଗାର ଓ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ କିଛି ବର୍ଷ ହେଲା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରିଆସୁଛନ୍ତି । ହେଲେ ଆଯଯାଏ ପ୍ରଶାସନ କରାହେବ କହୁଥିଲେ ମଧ୍ୟ ବର୍ଷବର୍ଷ ଧରି ବିତିଯାଉଥିଲେ ମଧ୍ୟ ଅଞ୍ଚଳ ବାସୀଙ୍କ ଏହି ଦାବୀ ପୂରଣ ହେଉନଥିବାରୁ ଆଜି ପୁଣି ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ଶହ ଶହ ଲୋକ ପାରମ୍ପରିକ ବାଜା , ପ୍ଲାକାର୍ଡ ଧରି ସାରିଂଇର୍ପି ଠାରୁ ଏହି ଦାବୀ ଶହ ଅନ୍ୟ କେତେକ ଦାବୀ ନେଇ ରାଲିରେ ବାହାରି ବଜାର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟକୁ ଯାଇ ତହିଲଦାର ଡା.ଅଶୋକ କୁମାର ଦାସଙ୍କୁ ଭେଟି ଆଲୋଚନା କରିବା ସହ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେହିପରି ରାଲିରେ ବାହାରି ବିଡିଓ ଗଦାଧର ପାତ୍ରଙ୍କ ମଧ୍ୟ ଦାବୀ ପତ୍ର ଦେଇଥିବା ଜଣା ପଡ଼ିଛି । ପୂର୍ବ ସୂଚନାରୁ ପ୍ରକାଶ ଯେ ଏହାପୂର୍ବରୁ ଏହି ସ୍ଥାନରେ ଉକ୍ତ ବିଶ୍ରାମଗାର, ପରିଶ୍ରାଗାର ଓ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଦାବୀ କରି ଏହି ଭଳି ଜନ ସମାବେଶ ହୋଇଥିଲା । ସେହି ସମୟରେ ଉପ ଜିଲ୍ଲାପାଳଙ୍କ ଦାରିଙ୍ଗବାଡ଼ିରେ ପହଞ୍ଚି ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରି ନଭେମ୍ବର ୧୦ ତାରିଖ ଦିନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହି ପ୍ରତିଶ୍ରୁତି ଅନୁସାରେ ହୋଇନଥିବାରୁ ଆଜି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଏକତ୍ରିତ ହୋଇ ପୁଣି ପ୍ରଶାସନ ପାଖରେ ଦାବୀ କରିଥିବା ନେତୃତ୍ବ ନେଉଥିବା ପ୍ରତିନିଧି ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଥାନା ଅଧିକାରୀ କୈଶିକ ମାଝିଙ୍କ ତତ୍ପା ବଧାନରେ ପୋଲିସ ମୁତୟନ ହୋଇ ସଜାଗ ରହିଥିଲେ ।

ad-week
Leave A Reply

Your email address will not be published.