ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧର ଡ଼ଃ ଆମ୍ବେଦକାର ଛକରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଇଛି l ପରମ୍ପରିକ ରୀତିରେ ପ୍ରାର୍ଥନା ଓ ପୂଜା ପାଠ ସାରିଲା ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାସ ଚନ୍ଦ୍ର ଧଳ ପଣ୍ଡିତ ନେହେରୁଙ୍କ ତୈଳ ଚିତ୍ରରେ ପୁଷ୍ପମାଳ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଥିଲେ ଜଣେ ଜ୍ଞାନୀ ତଥା ସମାଜ ସଂସ୍କାରକ l ତାଙ୍କ ସମୟରେ ଭାରତର ବହୁ ବ୍ୟବସ୍ଥା ସୁସଂଗଠିତ ହୋଇଥିଲା l ସେ ଥିଲେ ଭାରି ଶିଶୁପ୍ରିୟ l ପୃଥିବୀର ଦେଶ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚଶୀଳ ନୀତିର ସେ ଥିଲେ ପ୍ରବର୍ତ୍ତକ ଆଦି କହିଥିଲା ବେଳେ ଆଚାର୍ଯ୍ୟ ପ୍ରମୋଦ କୁମାର ନାୟକ ପଣ୍ଡିତ ନେହେରୁଙ୍କ ଶିଶୁପ୍ରିତି ବିଷୟରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଶିଶୁ ମାନେ ହିଁ ଦେଶର ଭବିଷ୍ୟତ ବୋଲି ଉଲ୍ଲେଖ କରିଥିଲେ l ଏହି ଅବସରରେ ଶିଶୁମାନେ ଶିଶୁ ଦିବସ ଉପରେ ଭାଷଣ ରଖିଥିଲେ l ଆଚାର୍ଯ୍ୟା ସସ୍ମିତା ପଣ୍ଡା , ସରସ୍ବତୀ ନାୟକ, ପୁଷ୍ପଲତା ନାୟକ ପ୍ରଭୃତି ସାହାଯ୍ୟ କରିଥିଲେ l ଶେଷରେ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l

ad-week
Leave A Reply

Your email address will not be published.