
ଦାରିଙ୍ଗବାଡ଼ି,୧୪/୧୧ : ଭାଷା ଓ ସଂସ୍କୃତି ସୁରକ୍ଷା ପ୍ରତିଷ୍ଠାନ ଆୟୋଜନରେ ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ଆର୍.ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡା.ପ୍ରତାପ କୁମାର ବେହେରା,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଭକ୍ତରାମ ଦିଗାଲ,ବିଷ୍ଣୁ ସାହୁ ଅଧ୍ୟାପିକା ସ୍ମିତାଞ୍ଜଳି ପଟ୍ଟନାୟକ, ସସ୍ମିତା ସାମନ୍ତ ଓ ଭାଷା ଓ ସଂସ୍କୃତି ସୁରକ୍ଷା ପ୍ରତିଷ୍ଠାନ ସଭାପତି ପି.ଅନନ୍ତ ବିଷୋୟୀ ଯୋଗଦେଇଥିଲେ । ଅତିଥି ମାନେ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ଵଜନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମକୁ ଭାଷା ଓ ସଂସ୍କୃତି ସୁରକ୍ଷା ପ୍ରତିଷ୍ଠାନ ସଂପାଦକ ସାରଦା ଚରଣ ବଲିଆରସିଂ ସଂଯୋଜନା କରିଥିଲା ବେଳେ ପ୍ରତିଷ୍ଠାନର ସଦସ୍ୟ ଯୁବରାଜ ଅଧିକାରୀ, ବିଜୟ ନାୟକ, ସିକନ୍ଦ୍ର ନାୟକ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।