ବନ୍ଧୁକ ଦେଖାଇ ୧୪ ଲକ୍ଷ ଟଙ୍କା ଲୁଟିନେଲେ ୨ ଦୁର୍ବୃତ୍ତ

add-all

ରାଉରକେଲା ୧୪/୧୧: ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଗଲାବେଳେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ନାଲି ପଲସର୍‌ପରେ ଆସି ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା।  ରାଉରକେଲା ମହାନଗର ନିଗମ ପାଖ ରିଂ ରୋଡରେ ଏପରି ଘଟଣା ହୋଇଛି।  ଖବର ଅନୁସାରେ, ସେଠାକାର ପ୍ରତିଷ୍ଠିତ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳ  କୋଏଲ ନଗରଘରୁ ୧୪ ଲକ୍ଷ  ଲକ୍ଷ ୯୩ ହଜାର ୪୦୦ ଟଙ୍କା ନେଇ ଉଦିତ ନଗର ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ।

ଏତିକି ବେଳେ ଗୋଟିଏ ନାଲି ପଲସରରେ  ଦୁଇ ଯୁବକ ଆରଏମସି  ପାଖ ରିଂରୋଡ଼ରେ  ତାଙ୍କୁ ଅଟକାଇଲେl ପ୍ରଶାନ୍ତ ଯାଉଥିବା ସ୍କୁଟିକୁ ରଖିବା ମାତ୍ରେ ୨ ଯୁବକଙ୍କ ମଧ୍ୟରୁ ଜଣେ ପକେଟରୁ ବନ୍ଧୁକ ବାହାର କରି ପ୍ରଶାନ୍ତଙ୍କ ମୁଣ୍ଡରେ ଓ ଅନ୍ୟ ଜଣେ ଯୁବକ ତାଙ୍କ ପେଟରେ ଛୁରୀ ଲଗାଇ ହତ୍ୟା ଧମକ ଦେଇଥିଲେ। ପରେ ସେମାନେ ଜୋର୍‌ କରି ଟଙ୍କା ଭର୍ତି ବ୍ୟାକ ଛଡ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ l ଏହି ଖବର ପାଇ ଉଦିତନଗର ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌  ଆରମ୍ଭ କରିଛି |

ad-week
Leave A Reply

Your email address will not be published.