ଆଜିଠୁ ପାରାଦୀପ ସମୁଦ୍ର ଉପକୂଳରେ ଆରମ୍ଭ ହେଲା ୨ ଦିନିଆ ସମରାଭ୍ଯାସ ‘ସି-ଭିଜିଲ୍’

add-all

ପାରାଦୀପ: ଆଜିଠୁ ପାରାଦୀପ ସମୁଦ୍ର ଉପକୂଳରେ ଆରମ୍ଭ ହେଲା ଦୁଇଦିନିଆ ସମରାଭ୍ଯାସ ‘ସି-ଭିଜିଲ୍’। ଆତଙ୍କବାଦୀଙ୍କୁ ପ୍ରତିହତ କରିବାପାଇଁ କରାଯାଉଛି ସମରାଭ୍ୟାସ । ନାଭଲ , କୋଷ୍ଟ ଗାର୍ଡ , ପୋଲିସ , ବନ ବିଭାଗ , ମତ୍ସ୍ୟ ବିଭାଗ , ଓଡ୍ରାଫ , ଓ ଗୁଇନ୍ଦା ବିଭାଗ ଇତ୍ୟାଦି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ଏହି ଅଭ୍ୟାସରେ ସାମିଲ ହେବେ।

ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିବେ।  ରେଡ୍ ଓ ବ୍ଲୁ ଟିମ୍  ନାମକ ଦୁଇଟି ଭାଗରେ ବିଭକ୍ତ ହୋଇ ଏହି ସମରାଭ୍ୟାସ କରାଯିବ ।

ମାଛଧରା ବନ୍ଦର, ମହାନଦୀ ମୁହାଣ, ଏକ୍ସକ୍ଲ୍ୟୁସିଭ ଇକୋନୋମିକ୍ ଜୋନ, ବସ୍ତି, ରାଡାର ଷ୍ଟେସନ, ବତୀଘର, ସିନେମା ହଲ୍, ଟ୍ରେଡ୍ ସେଣ୍ଟର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ, ଶିଳ୍ପ କାରଖାନା ଫାଟକ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ରହିଛି। ତେଣୁ ବ୍ଲୁ ଟିମ୍ ଏସବୁ ସ୍ଥାନରେ ଆକ୍ସନକୁ ଓହ୍ଲାଇବ ।

ad-week
Leave A Reply

Your email address will not be published.