ଷ୍ଟାର୍ଟ ମାରିବା ବେଳେ ରାସ୍ତା ଉପରେ ଜଳିଗଲା କାର

add-all

ଖୋର୍ଦ୍ଧା: ରାସ୍ତା ଉପରେ ଠିଆ ହୋଇଥିବା ଅବସ୍ଥାରେ ଜଳିଗଲା କାର । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଘମାରି ବଜାରରେ ଘଟିଛି ଏଭଳି ଘଟଣା । ଗାଡି ଷ୍ଟାର୍ଟ କରିବା ବେଳେ ଅଚାନକ ଗାଡିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ହୁତୁ ହୁତୁ ହୋଇ କାରଟି ସଂପୂର୍ଣ୍ଣ  ଜଳିଗଲା।

ସୂଚନା ଅନୁସାରେ ବୋଲଗଡ କଳାଙ୍ଗ  ଅଞ୍ଚଳରୁ ଏକ ଗ୍ୟାସ ଚାଳିତ ମାରୁତି ଭ୍ୟାନରେ  ପାଲା ପରିବେଷଣ କରିବା ପାଇଁ  ଏକ ପାଲା ଦଳ ଖୋର୍ଦ୍ଧା ଅଭିମୁଖେ  ଯାଉଥିବା ବେଳେ ବାଘମାରୀ ଥାନା ନିକଟରେ ଗାଡି ରଖି ଓହ୍ଲାଇ ଥଣ୍ଡା ପାନୀୟ ଜଳ ପିଇ ପୁନର୍ବାର ଗାଡି ବସି ଗାଡି ଷ୍ଟାର୍ଟ କରୁଥିବା ବେଳେ ହାଠତ ଗାଡ଼ିରେ ନିଆଁ ଲାଗିଯାଇଥିଲା । ତାପରେ ପାଲା ଦଳ ସହ ଡ୍ରାଇଭର  ସୁରକ୍ଷିତ ଗାଡିରୁ ଓହ୍ଳାଇ ବେଗୁନିଆ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମବାହୀନି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କାର ଡ୍ରାଇଭର ସହ ପାଲା ମେଳ ସୁରକ୍ଷିତ ଥିବା ଜଣାପଡିଥିବା ବେଳେ ନିଆଁ  ଲାଗିବା କାରଣ ଅସ୍ପଷ୍ଟ ଜଣା ପଡିଛି।

ad-week
Leave A Reply

Your email address will not be published.