କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ, ୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ

add-all

ଭୁବନେଶ୍ଵର: RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ। ଗିରଫ ନେଇ ସୂଚନା ଦେଲେ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ। ଦୁର୍ନୀତିଖୋର ବାବୁଙ୍କର ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି। ଏଥିରେ ଦୁଇଟି କୋଠା ସାଙ୍ଗକୁ ୧୨ ଟି ପ୍ଲଟ ରହିଛି। ଭୁବନେଶ୍ୱର ରେ ୫ଟି କଟକରେ ୨ ଟି ଓ କେନ୍ଦ୍ରାପଡା ରେ ୫ଟି ପ୍ଲଟ।ଏକ କୋଟି କୋଡିଏ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଫିକ୍ସ ଡିପୋଜିଟ ଠାବ କରିଛି ଭିଜିଲାନ୍ସ।

ଚଢ଼ାଉ ବେଳେ ଆନୁମାନିକ ୨ କେଜି ୩ ଶହ ଗ୍ରାମ ସୁନା ମିଳିଥିବା ବେଳେ ପୁଅର ଶ୍ବଶୁର ଘର ଗଦି ତଳୁ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା। ଆଇଗିଣୀଆ ଘରେ ଫରେନ୍ ବ୍ରାଣ୍ଡ ଘଣ୍ଟା ଏବଂ ପୁଅ ସୌମିତ ପଣ୍ଡାଙ୍କ ଆକାଉଣ୍ଟକୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଟ୍ରାଞ୍ଜାକ୍ସନ ହୋଇଥିବା ତଦନ୍ତରୁ ଜଣା ପଡିଛି। ଘର ସଜାଇବା ପାଇଁ ଥିଲା ରୂପା ଗ୍ଲାସ। ଏପରିକି ୪୫ ଲକ୍ଷ ଟଙ୍କାର ୪ ଟି ୪ ଚକିଆ ଗାଡି ରହିଛି।କେବଳ ଏତିକି ନୁହେଁ ଘର ସଜାଇବା ଉପକରଣ ୨୪ ଲକ୍ଷ ଟଙ୍କାର ରହିଛି। ଦୁଇଦିନ ଧରି ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଓ ଉଦଳାରେ ହୋଇଥିଲା ରେଡ଼। ଏକକାଳୀନ ୮ ଟି ଟିମ ମାରାଥନ ରେଡ୍ କରିଥିବା ଜଣା ପଡିଛି।

ad-week
Leave A Reply

Your email address will not be published.