ଡିସେମ୍ବରରେ ହେବ ଦୁଇ ଦିନିଆ ଲୋକକଳା ମହୋତ୍ସବ

add-all

ବ୍ରହ୍ମପୁର: ବ୍ରହ୍ମପୁର ଗୋଷଣିନୂଆଁଗାଁ ସ୍ଥିତ କଲାଞ୍ଜଳି ଆଟିଷ୍ଟ ଟ୍ରଷ୍ଟ ଠାରେ ଅନୁଷ୍ଠିତ ହୋଇ ସାରିଛି ଲୋକ କଳା ମହୋତ୍ସବର ପ୍ରସ୍ତୁତି ବୈଠକ ଅବସରରେ ବ୍ରହ୍ମପୁର ସହରର ତଥା ଗଂଜାମ ଜିଲାର ଅନେକ କଳାପ୍ରେମୀ ସଙ୍ଗଠନ ଏବଂ ସଂଗଠନର ଛାମୁଆ ବ୍ୟକ୍ତି ବିଶେଷଙ୍କୁ ନେଇ ଚଳିତ ବର୍ଷ ଡିସେମ୍ବର ମାସରେ ଏକ ଦୁଇ ଦିନିଆ ଲୋକକଳା।ମହୋତ୍ସବ କରିବା ପାଇଁ ସ୍ଥିର କରାଯାଇଅଛି। ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଇଂ.ସନ୍ୟାସୀ ମହାରଣା ସମ୍ପାଦକ ଭାବେ ଓଁ ମହାପାତ୍ର ଏବଂ କୋଶଧକ୍ଷ ଭାବେ ଶ୍ରୀମତୀ ରାମେଶ୍ୱରୀ ନନ୍ଦଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି। ଡିସେମ୍ବର ମାସରେ ଦୁଇଦିନ ହେବାକୁ ଥିବା ଏହି ଲୋକକଳା ମହୋତ୍ସବରେ ଗଞ୍ଜାମ ଜିଲାରୁ ଷୋହଳ ଗୋଟି ନାଟ୍ୟଦଳ ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିବା ସହ ଏକ ଲୋକକଳା ମେଳାର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ସହ ସାରା ଓଡିଶାରୁ ବହୁ ଚର୍ଚ୍ଚିତ ସିନେ ଚେହେରା ସହ ବିଦେଶରୁ ମଧ୍ୟ ଅନେକ ପ୍ରବାସୀ ଓଡ଼ିଆ ସମାଜର ମୁଖ୍ୟ ଏବଂ ଓଡ଼ିଶାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିବା ସହ। ଏହି କାର୍ଯ୍ୟକ୍ରମର ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ କରିବା ପାଇଁ ମହୋତ୍ସବ ଅଧକ୍ଷ ଙ୍କର ସମେତ ସମ୍ପାଦକ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗଞ୍ଜାମର ସମୃଦ୍ଧ ଲୋକକଳାର ବିକାଶ ଏବଂ ବିନ୍ୟାସ ସମ୍ଭବ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ। ଆଜିର ଏହି ବୈଠରେ ମେଜର ରମାରମଣ ପାଢ଼ୀ, ଡ. ବାୟାମନୁ ଚର୍ଚ୍ଚି, ରାଜୁ ପାଢ଼ୀ, ନାଟ୍ୟ ଭାରତୀ ତ୍ରିପାତି ନାୟକ, ବଦ୍ରୀ ନାରାୟଣ ନାୟକ, କୈଳାଶ ପାଣିଗ୍ରାହୀ, ଅନୁରାଧା ସାହୁ, ସୁଶାନ୍ତ ପଣ୍ଡା, ସୋନାଲି ପ୍ରଧାନ, ଅଶ୍ୱିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.