
ମାଲକାନଗିରି, ୧୭।୧୧: ମାଲକାନଗିରି ଜିଲ୍ଲା ସଦର ମହକୁମା ଏମ୍.ଭି.୩ ବି.ଏସ୍.ଏଫ୍ କ୍ୟାମ୍ପ ପରିସରରେ ଆଜି ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ବି.ଏସ୍.ଏଫ୍. ଡିଆଇଜି ସୈଲେନ୍ଦ୍ର କୁମାର ସିଂନ୍ହା ଉପସ୍ଥିତ ରହି ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ୩୦ ଜଣ ଯୁବକ ଓ ଯୁବତୀଙ୍କୁ ମାଲକାନଗିରି ଠାରୁ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରକୁ ସ୍ୱତନ୍ତ୍ର ବସ୍ ଯୋଗେ ପଠାଇବାର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତିା ବିଏସଏଫ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏହି ଗସ୍ତରେ ଯୁବପୀଢି ମାନେ ଆସନ୍ତା ୨୦ ତାରିଖ ଦିନ ବେଙ୍ଗାଲୁରରେ ପହଞ୍ଚିଲା ପରେ ୨୦ ରୁ ୨୬ ତାରିଖ ପର୍ଜ୍ୟନ୍ତ ଏକ ସପ୍ତାହ ଧରି ନଗର ପରିକ୍ରମା କରିବୋ ଏଥିସହ କର୍ଣାଟକା ରାଜ୍ୟପାଳ ଭବନ, ବିଭିନ୍ନ ମନ୍ତ୍ରୀ, ନେତା, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ପ୍ରତିଷ୍ଠାନ, ସିନେ ତାରକା, ଟିଭି ତାରକା, ଖେଳ ତାରକା, ମାନଙ୍କ ସହ ଏହି ଯୁବ ପୀଢି ମାନେ ମିଶିବୋ କେବଳ ଏତିକି ନୁହେଁ ବିଭିନ୍ନ ଐତିହାସିକ ଓ ସାଂସ୍କୃତିକ ସ୍ଥଳୀ ଗୁଡିକ ମଧ୍ୟ ପରିଭ୍ରମଣ କରିବୋ ଏହା ଦ୍ୱାରା ଦେଶରେ ଥିବା ସାମାଜିକ, ସାଂସ୍କୃତି ବିଷୟ ଏହି ଯୁବକ ଯୁବତୀ ମାନେ ଜାଣିପାରିବୋ ଆଦିବାସୀ ମାନେ କେବଳ ତାଙ୍କ ଅଞ୍ଚଳରେ ରହିଯିବା ଫଳରେ ସାରା ଦେଶରେ କଣ କଣ ଅଛି, କେଉଁ ସ୍ଥାନରେ କେଉଁ ଐତିହାସିକ କୀର୍ତି ଅଛି, ଦୁନିଆ କେତେ ଆଗକୁ ଯାଇଛି ସେ ସମ୍ବନ୍ଧରେ ଜାଣି ପାରୁନାହାନ୍ତିା ତେଣୁ ସେମାନଙ୍କୁ ଦେଶର ସମସ୍ତ ବିଷୟ ଜାଣିବା ପାଇଁ ବି.ସେ୍.ଏଫ ଓ ମାଲକାନଗିରି ନେହେରୁ ଯୁବ କେନ୍ଦ୍ର ତରଫରୁ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆ ଯାଇଛିା ଆଜି ଶ୍ରୀ ସିନ୍ହା ପତାକା ଦେଖାଇ ଏହି ଯୁବ ପୀଢିଙ୍କ ନିମନ୍ତେ ପ୍ରସ୍ତୁତ ଥିବା ସ୍ୱତନ୍ତ୍ର ବସକୁ ଦେଖାଇ ଅହମଦାବାଦ ଅଭିମୁଖେ ପଠାଇଥିଲୋ ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଏସଏଫ କମଣ୍ଡେଣ୍ଟ ମନୋଜ କାରକି, ଡେପୁଟି କମଣ୍ଡେଣ୍ଟ ଶୁଭରଞ୍ଜନ ମହାପାତ୍ର, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ହରିଶ ରୂପାଲ ପ୍ରମୁଖ ଉପସ୍ଥିତ ଥିଲେ ।