ମନ୍ଦିର ନିର୍ମାଣ କୁ ନେଇ କାଳିବାଡ଼ି ସମିତିର ଏକ ସାଧାରଣ ବୈଠକ…

youtube


ଉମରକୋଟ :- ନବରଙ୍ଗପୁର ଜ଼ିଲ୍ଲା ସଦର ରାଇଘର ବ୍ଲକ ଅନ୍ତର୍ଗତ କୋଦଭାଟା ସାହିରେ ଥିବା କାଳୀମନ୍ଦିର ବର୍ତ୍ତମାନ ଯାଏ କାମ ଅସମ୍ପୂର୍ଣ୍ଣ ରହିଛି ଏହାକୁ କିପରି ଅତି ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ତାହାକୁ ନେଇ କାଳିବାଡ଼ି ମନ୍ଦିରର ସଭାପତି ଦୀପକ ବାଡ଼ଇ ଏକ ଜରୁରୀ କାଳୀନ ବୈଠକର ଆୟୋଜନ କରିଥିଲେ, ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଓ ଆଲୋଚ୍ୟ ବିଷୟ ମନ୍ଦିରଟି କିପରି ସମ୍ପୂର୍ଣ ହେବ l ସୂଚନା ଥାଉକି “”କାଳିବାଡ଼ି ସମିତି””ନାମରେ ଓଡ଼ିଶା ସରକାରଙ୍କ ଦ୍ଵାରା ସୋସାଇଟି ନିୟମ ମାଧ୍ୟମ ରେ ଏହା ପଞ୍ଜିକୃତ ହୋଇଛି ଯାହାର କ୍ରମିକ ସଂଖ୍ୟା ବା ପଞ୍ଜିକୃତ ନମ୍ବର 44/ 2022 ଫାଇଲ ନମ୍ବର 19/2022 ଓ act XXI ଅଫ 1860 ରେ 27/09/2022ରିକଏହା ଦେଖି ,ଏଥିରେ ସନ୍ତୁଷ୍ଟ ହୋଇ

ଠିକାଦାର କମଳ ହାଲଦାର ପଚାଶ ହଜ଼ାର ଟଙ୍କା ଉକ୍ତ ମନ୍ଦିର କାମ ପାଇଁ ଅନୁଦାନ କରିଥିଲେ, ଏହା ସହିତ ମନ୍ଦିର କାମ କିଭଳି ସମ୍ପୂର୍ଣ୍ଣ କରାଯିବାକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ , ଶିକ୍ଷକ ଶ୍ରୀ ନେପାଳ ଦେ ଏହି ମନ୍ଦିରର କିଭଳି ଉର୍ନତି ହେବ ସେଥିପାଇଁ ସମସ୍ତଙ୍କୁ ମୁକ୍ତ ହସ୍ତରେ ଦାନ କରିବା କୁ ଅନୁରୋଧ କରିଥିଲେ l ଭଗବାନଙ୍କ ନାମରେ ଦାନ କଲେ ତାହା କେବେ ବୃଥା ହୂଏ ନି ବୋଲି ମତ ଦେଇଥିଲେ l ଆଗାମୀ ଦିନରେ ଏହି “” କାଳିବାଡ଼ି ସମିତି “”ପ୍ରାଙ୍ଗଣରେ କି ପରି ନାମ ଯଂଜ୍ଞ , ମାଙ୍କ ମୂର୍ତ୍ତୀ ପ୍ରତିଷ୍ଟା, ମାଙ୍କ ମୂର୍ତ୍ତୀ କି ପରି କୋଉଠିର ଆସି ପାରିବ, ମନ୍ଦିର ପ୍ରତିଷ୍ଟା କି ପରି କରାଯିବ ତାର ପାଇଁ ଦାୟିତ୍ୱ ନେଇ ଏକ କମିଟି ଘଠନ କରିବା ଏହି ପରି ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା l ଆଜିର ଏହି ଶୋଭାରେ, କାଳିବାଡ଼ି ସମିତିର ସମ୍ପାଦକ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାସ,ଶ୍ରୀ ଶିବନାଥ ବାନାର୍ଜୀ, ଅଶୋକ ଚକ୍ରବର୍ତ୍ତୀ, ଶ୍ରୀ ବିଶୁ ଶିଳ, ଶିକ୍ଷକ ମିହିର ଢାଳି, ଶିକ୍ଷକ ସୁକୁମାର ହାଲଦାର, ଶିକ୍ଷକ ମହାନନ୍ଦ ଢାଳି, ଶିକ୍ଷକ ସୁବ୍ରତ ବିଶ୍ୱାସ, ରଞ୍ଜିତ ସାହା, ଦିପେଶ ବାଡ଼ଇ, ଏତାଙ୍ଗସୁ ବାଡ଼ଇ, ସ୍ୱପନ ସରକାର ଉତ୍ପଲ ବାଡ଼ଇ, ରାମ ଡାକୁ୍ୟା, ଆଡ଼ଭୋକେଟ ଅଶୋକ ଶିକାରୀ,ସରକାରୀ ଆଡ଼ଭୋକେଟ ତପନ ଗାଇନ ପ୍ରମୁଖ ଉପସ୍ଥିତ ଥିଲେ, ଅନ୍ତିମରେ ସଭାପତି ଦିପକ ବାଡ଼ଇ ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ମିଠା ବଣ୍ଟନ କରି ଧନ୍ୟବାଦ ଦେଇ ସଭାଟି ସୁରୁଖୁରୁରେ ସମାପ୍ତ କରିଥିଲେ l

Leave A Reply

Your email address will not be published.