ବଙ୍ଗାଳି ଭାଷାରେ ଶିକ୍ଷକ ନିଯୁକ୍ତି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବଙ୍ଗାଳି ସମାଜ…

add-all

ମାଲକାନଗିରି : ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ମାଲକାନଗିରି ବଙ୍ଗାଳି ସାମଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବର୍ଦ୍ଧନା କୁ ନେଇ ଧନ୍ୟବାଦ ଦେଲେ ଜିଲ୍ଲା ବଙ୍ଗାଳି ସମାଜର ପୁରୋଧା । ଦୀର୍ଘ ଦିନଧରି ମାଲକାନଗିରି ରେ ବସବାସ କରୁଥିବା ବହୁ ବଙ୍ଗୀୟଙ୍କ ସ୍ବପ୍ନ ସାକାର ହେଇପାରିଛି । ଆଜିର ଏହି ବୈଠକରେ ପ୍ରନିଧିତ୍ୱ କରିଥିବା ମତୁଆ ସମାଜ ସ୍ରଷ୍ଟା ଶ୍ରୀ ରବୀନ୍ଦ୍ର ବିଶ୍ୱାସ କହିଥିଲେ ଯେ ଆମେ ଓଡ଼ିଶାରେ ଜନ୍ମଗ୍ରହଣ କରିଛୁ ଏବଂ ଆମର ଓଡ଼ିଶା ପ୍ରତି ମମତା ରହିଛି କିନ୍ତୁ ଆମେ ଦୀର୍ଘ ବର୍ଷଧରି ଓଡ଼ିଶାରେ ରହିବାଦ୍ୱାରା ଆମର ଆଗାମୀ ପିଢ଼ି ବଙ୍ଗୀୟ ଭାଷା ସଂସ୍କୃତି ଭୁଲିବାକୁ ବସିଲାଣି ଏଣୁ ଆମେ ବଙ୍ଗୀୟ ସ୍କୁଲ ଶିକ୍ଷକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁଦିନରୁ ଦାବି ଜଣାଇଥିଲୁ ସେ ଆଜି ଆମ ଦାବିମୁତାବକ ୪/୧୧/୨୦୨୨ରେ ଏକ ଚିଠା ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ନେଇ ଆଜି ସମସ୍ତ ବଙ୍ଗୀୟ ଭାଷା ଭାଷୀ ଭାଇଭଉଣୀ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ (ବବିଭାଇ) ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କୁ ଧନ୍ୟବାଦ ଦେଇଥିଲେ ।ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ତପନ ସାନା,ପତିତ ପାବନ ଵୈଦ୍ୟ,ସୁଧାଂଶୁ ବିଶ୍ୱାସ ,ଅଶୋକ ହାଲଦାର ଯୋଗଦେଇ ନିଜର ମତାମତ ଦେଇଥିଲେ ।

ad-week
Leave A Reply

Your email address will not be published.