
ଦାରିଙ୍ଗବାଡ଼ି,୧୮/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର ସୀମାନ୍ତ ବର୍ତ୍ତି ଗଜପତି ଜିଲା ମୋହନା ବ୍ଲକର ପାଣିଗଣ୍ଡା ଗ୍ରାମ ପଞ୍ଚାୟତର ରାଇଗଣ୍ଡା ସ୍ଥିତ କମ୍ୟୁନିଟି ସେଣ୍ଟର ରେ ବ୍ରହ୍ମପୁର ଇକସ ମେଡ଼ିକାଲ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ଡା. ହରିସ ଚନ୍ଦ୍ର ସାହୁ, ଟେକ୍ନିସିଆନ କଲେବ ଜେନା ଓ ପରିଚାଳକ ହେମନ୍ତ ସିଂ ଙ୍କ ତତ୍ୱାବ ଧାନରେ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟ କ୍ରମରେ ଶତାଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୨୫ ଜଣଙ୍କୁ ଚକ୍ଷୁ ଅପରେସନ ପାଇଁ ବ୍ରହ୍ମପୁର ଇକସ ମେଡ଼ିକାଲକୁ ପଠା ଯାଇଥିବା ଜଣାପଡିଛି। ଦାରିଙ୍ଗବାଡି ବ୍ଲକର ଗଡ଼ମା ପାଷ୍ଟରେଟ ଅଧିନସ୍ତ ୧୮ଟି ଗ୍ରାମ ଓ ମୋହନା ବ୍ଲକର ବିଥଳ ପାଷ୍ଟରେଟ ଅଧିନସ୍ତ ୧୬ ଗୋଟି ଗ୍ରାମ ବାସୀଙ୍କ ମିଳିତ ସହଯୋଗ ସହିତ ବିଥଳ ପାଷ୍ଟରେଟର ପାଳକ ଆଚାର୍ଯ୍ୟ କୁନୁ ଆନନ୍ଦ, ସମ୍ପାଦକ ରମେଶ କନ୍ଧ ଓ ୟୁନିୟନ ସେକ୍ରେଟାରୀ ରାମାକାନ୍ତ ମାଝୀଙ୍କ ଉଦ୍ୟମରୁ ଚକ୍ଷୁ ଚିକିତ୍ସା ଶିବିର ସଫଳ ହୋଇଥିବା ପ୍ରକାଶ ପାଇଛି।