୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଲପଡ଼ା ତହସିଲ ସେକ୍ସନ ଅଫିସର

add-all

ବଲାଙ୍ଗିର : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ତହସିଲ ସେକ୍ସନ ଅଫିସର। ବଲାଙ୍ଗିର ବେଲପଡ଼ା ତହସିଲ ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ଲାଞ୍ଚ ନେଇ ଧରାପଡିଛନ୍ତି।

ଏକ ଜମିଜମା ମାମଲାରେ ଅଭିଯୋଗକାରୀଙ୍କ ସପକ୍ଷରେ ତହସିଲଦାରଙ୍କ ନିର୍ଦ୍ଦେଶ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ। ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ। ଟ୍ରାପ୍‌ ପରେ ଯୁଗଳ କିଶୋର ରାଉତଙ୍କ ଆୟ ବହିର୍ଭୂତ ସମ୍ପତ୍ତିକୁ ଯାଞ୍ଚ କରୁଛି ଭିଜିଲାନ୍ସ। ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ଚଢ଼ାଉ।

ad-week
Leave A Reply

Your email address will not be published.