ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ, କାର୍ଯ୍ୟାନୁଷ୍ଠାନ ନନେବାକୁ OPSCକୁ HCଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ଵର: ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି। ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ଉଚ୍ଚ ନ୍ୟାୟାଳୟ। ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କିଛି କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମୋଟି ଡିଏସପିଙ୍କୁ ଏଏସପି ପଦୋନ୍ନତି ବିଜ୍ଞପ୍ତି ନେଇ ହାଇକୋର୍ଟରେ ମାମଲା ହୋଇଥିଲା।

ପ୍ରମୋଟି ଅଫିସରଙ୍କ ପଦୋନ୍ନତି ସମୟସୀମା ହ୍ରାସକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପ୍ରମୋଟିଙ୍କ କ୍ଷେତ୍ରରେ ୩ ବର୍ଷରୁ ୬ ମାସ ହ୍ରାସକୁ ଚ୍ୟାଲେଞ୍ଜ ହୋଇଥିଲା। ଓପିଏସସି ଦ୍ଵାରା  ସିଧାସଳଖ ନିଯୁକ୍ତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଶୁକ୍ରବାର ମାମଲାର ଶୁଣାଣି କରି ପଦୋନ୍ନତି ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇଛନ୍ତି କଟକ ଉଚ୍ଚ ନ୍ୟାୟାଳୟ।

ad-week
Leave A Reply

Your email address will not be published.