ଆମେରିକାର ସମଲିଙ୍ଗୀ କ୍ଲବରେ ଆଖିବୁଜା ଗୁଳିମାଡ, ୫ ଜଣଙ୍କର ମୃତ୍ୟୁ

add-all

ନ୍ୟୁୟର୍କ: ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସ ସମଲିଙ୍ଗୀ କ୍ଲବରେ ଗୁଳି ବିନିମୟ ହୋଇଛି। ଏଥିରେ ୨୩ ଜଣଙ୍କୁ ଗୁଳି କରାଯାଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି | ମିଡିଆ ରିପୋର୍ଟ ଅନୁଯାୟୀ ରବିବାର ରାତିରେ କଲୋରଡୋ ସ୍ପ୍ରିଙ୍ଗ୍ସର ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା।ସୋସିଆଲ ମିଡିଆରେ ଏହି ଘଟଣାର ଅନେକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଗୁଡିକରେ, ବହୁ ସଂଖ୍ୟାରେ ପୁଲିସ୍ ସହ ଆମ୍ବୁଲାନ୍ସ କ୍ଲବ ବାହାରେ ଦେଖିବାକୁ ମିଳିଛି |


ଟ୍ରାନ୍ସଜେଣ୍ଡର ଡେ ଅଫ୍ ରିମେମ୍ବରସ ନାମରେ କ୍ଲବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା | ଆଉ ଏଥିରେ ବହୁ ସଂଖ୍ୟାରେ ସମଲିଙ୍ଗୀ ଯୋଗ ଦେଇଥିଲେ | ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବନ୍ଧୁକଧାରୀ ଏକ ସ୍ନାଇପର ରାଇଫଲ ବ୍ୟବହାର କରି ଗୁଳିଚାଳନା କରିଥିଲେ। ବନ୍ଧୁକଧାରୀଙ୍କ ଉଦ୍ଦେଶ୍ୟ ଏବଂ ଗୁଳି ବିନିମୟରେ ଆହତଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି | ଉଲ୍ଲେଖ ଥାଉ କି ଆମେରିକାରେ ଏଭଳି ଘଟଣା ବଢ଼ିବାରେ ଲାଗିଛି । ଏହାପୂର୍ବରୁ ନଭେମ୍ବର ୧୬ ରେ କଲମ୍ବିଆର କ୍ଲବ ରୋଜ ଗୋଲ୍ଡରେ ମଧ୍ୟ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.