ଫିଫା ବିଶ୍ୱକପ୍: ଉଦ୍‌‌ଘାଟନୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି

add-all

ନୂଆଦିଲ୍ଲୀ: ଆଜିଠାରୁ କତାରରେ ଆରମ୍ଭ ହେବ ଫିଫା ବିଶ୍ୱକପ୍ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର–ଇକ୍ୱେଡର ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦ୍ ଘାଟନୀ କାର୍ଯ୍ୟକ୍ରମ ରହିଛି । ଏହିପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜିଠାରୁ ୨ ଦିନିଆ କାତାର ଗସ୍ତରେ ଯାଇଛନ୍ତି। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍‌‌ ୨୦୨୨ର ଉଦ୍‌‌ଘାଟନୀ ସମାରୋହରେ ଉପରାଷ୍ଟ୍ରପତି ଭାରତର ପ୍ରତିନିଧିତ୍ୱ କରିବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଭାରତ ଓ କାତାର ବାଣିଜ୍ୟ, ନିରାପତ୍ତା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗ କରିଆସିଛନ୍ତି। ଗତ ଆର୍ଥିକ ବର୍ଷରେ ଦୁଇଦେଶ ମଧ୍ୟରେ ବାଣିଜ୍ୟିକ କାରବାର ୧୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିଲା। ଏହାଛଡ଼ା ଆସନ୍ତାବର୍ଷ ଉଭୟ ଦେଶ ପରସ୍ପର ମଧ୍ୟରେ କୁଟନୈତିକ ସଂପର୍କରେ ୫୦ ବର୍ଷ ପୂର୍ତ୍ତି ପାଳନ କରିବେ। ଉପରାଷ୍ଟ୍ରପତି ଏହି ଗସ୍ତ ଅବସରରେ କାତାରଠାରେ ଥିବା ଭାରତୀୟ ସଂପ୍ରଦାୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ ୨୯ ତାରିଖରେ କାତାର ଅମୀର ଶେଖ୍‌‌ ତାମିମ୍‌‌ ବିନ୍‌‌ ହମାଦ୍‌‌ ଅଲ୍‌‌ ଥାନିଙ୍କ ସହିତ କଥାବାର୍ତ୍ତା କରିବା ଅବସରରେ ଫିଫା ବିଶ୍ୱକପ୍‌‌ ୨୦୨୨ର ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ। ଏହି ବିଶ୍ୱକପ୍‌‌ ପ୍ରତିଯୋଗିତା ଆଜିଠାରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ବକପ୍ କୁ ନଜରରେ ରଖି ପ୍ରଶଂସକଙ୍କ ପୋଷାକ ପରିଧାନ ଉପରେ ଥିବା କଟକଣାରେ ସାମାନ୍ୟ କୋହଳ କରିଛନ୍ତି କତାର ସରକାର। କିନ୍ତୁ ସ୍ଥାନୀୟ ସଂସ୍କୃତିକୁ ସମ୍ମାନ ଜଣାଇ ପ୍ରଶଂସକମାନେ ପୋଷାକ ପରିଧାନ କରିବାକୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.