କାଲି ହେବ ଅଫତାବର ନାର୍କୋ ଟେଷ୍ଟ !

add-all

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଜହ୍ଲାଦ ପ୍ରେମିକ ଅଫତାବର ଆସନ୍ତାକାଲି ନାର୍କୋ ଟେଷ୍ଟ ହୋଇପାରେ। ଏହି ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ ପାଇଁ ଦିଲ୍ଲୀ ପୁଲିସ ଫରେନସିକସ୍‌ ଟିମକୁ ଅନୁରୋଧ କରିଛି। ଆସନ୍ତାକାଲି ଦିଲ୍ଲୀର ରୋହଣୀଠାରେ ଥିବା ଡକ୍ଟର ବାବା ସାହେବ ଆମ୍ବେଦକର ହସପିଟାଲରେ ଅଫତାବର ନାର୍କୋ ଟେଷ୍ଟ ହୋଇପାରେ। ନାର୍କୋ ଟେଷ୍ଟ ପାଇଁ ପୂର୍ବରୁ ଦିଲ୍ଲୀର ସାକେତ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। କାରଣ ଅଫତାବ ବାରମ୍ବାର ନିଜର ବୟାନ ବଦଳାଉଛନ୍ତି। ନାର୍କୋ ପରୀକ୍ଷା ସମୟରେ ଏକ ଫୋରେନସିକ୍ ଟିମ୍ ଉପସ୍ଥିତ ରହିବା ଏବଂ ପରୀକ୍ଷାର ଭିଡିଓଗ୍ରାଫି କରାଯିବ। ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୁଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ ମିଛ କହୁଛି, ତାହା ଜାଣିପାରୁନାହିଁ ପୁଲିସ।

ଅଫତାବ କହିଛି ଯେ, ଶ୍ରଦ୍ଧାଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପରେ ଧିରେ ଧିରେ ତାଙ୍କ ପ୍ରତି ମୋର ଭଲପାଇବା କମିଥିଲା। ମୁଁ ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲି। ଏହି କାରଣରୁ ତାଙ୍କୁ ମୁଁ ହତ୍ୟା କରିଥିଲି। ହତ୍ୟା ପରେ ମେ’ ୨୩ରେ ମୁଁ ପୂରା ଫ୍ଲାଟ ଚେକ୍ କରିଥିଲି। ମୋ ପାଖରେ ଥିବା ତାଙ୍କର ସବୁ ଫଟୋ ମୁଁ ଜାଳିଦେଇଥିଲି। ଆମ ଶୋଇବା ଘରେ ୩ଟି ବଡ଼ ଫଟୋ ଲାଗିଥିଲା। ଦୁଇଟି ଫଟୋ ଶ୍ରଦ୍ଧାଙ୍କ ଉତ୍ତରାଖଣ୍ଡ ଯାଇଥିବା ବେଳର ହୋଇଥିବା ବେଳେ ତୃତୀୟଟି ମୋ ସହ ଥିଲା। ଆମେ ମୁମ୍ବାଇରେ ଉଠାଇଥିବା ଫଟୋକୁ ଶ୍ରଦ୍ଧା କାନ୍ଥରେ ଲଗାଇଥିଲେ। ମୁଁ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଏହି ୩ଟି ଫଟୋକୁ ଭାଙ୍ଗି ଜାଳି ଦେଇଥିଲି।

ଅନ୍ୟପକ୍ଷରେ ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ଟିମ୍‌କୁ ଏକ କଟା ମୁଣ୍ଡ ମିଳିଛି। ଅଫତାବ ପୁନାୱାଲା ଗୁରୁଗ୍ରାମର ଯେଉଁ ଘରୋଇ ଆଇଟି କମ୍ପାନିରେ କାମ କରୁଥିଲା, ସେହି ଅଞ୍ଚଳରୁ ପୁଲିସ କଟାମୁଣ୍ଡ ପାଇଛି। ଏହି ମୁଣ୍ଡ ଶ୍ରଦ୍ଧାଙ୍କର ବୋଲି ସନ୍ଦେହ କରାଯାଉଛି । ଏହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଏହାକୁ ଫରେନ୍ସିକ ଟେଷ୍ଟ୍‌ ପାଇଁ ପଠାଯାଇଛି। ତଦନ୍ତକାରୀ ଅଧିକାରୀଙ୍କୁ ଅଫ୍‌ତାବ କହିଥିଲା ଯେ ଅଫିସ ଯିବା ବାଟରେ ସେ ଶ୍ରଦ୍ଧାଙ୍କ ଶରୀରର କିଛି ଅଂଶ ଫୋପାଡ଼ି ଦେଇଥିଲା।

ad-week
Leave A Reply

Your email address will not be published.