ମତାଝରି ବିଦ୍ୟାଳୟରେ ପୋଷାକ ବିତରଣ ମେଳା

add-all

ବୁଗୁଡା : ବୁଗୁଡ଼ା ବ୍ଲକ ମତାଝରି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିନବନ୍ଧୁ ନାଇକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି ଆଶୁତୋଷ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ତାକରଡା ସରପଞ୍ଚ ଦିଲ୍ଲୀପ ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ପୋଷାକ ବିତରଣ କରିଥିଲେ ।ବିଦ୍ଯାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପରିଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.