ଝିଅଙ୍କ ପ୍ରବେଶ ଉପରେ ରୋକ ଲଗାଇଲା ଜାମା ମସଜିଦ

add-all

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ପ୍ରସିଦ୍ଧ ଜାମା ମସଜିଦ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ଏଣିକି ଝିଅମାନେ ଏକାକୀ କିମ୍ବା ଗ୍ରୁପ ହୋଇ ମସଜିଦ ପରିସରରେ ପ୍ରବେଶ କରିପାରିବେ ନାହିଁ। ସେହିପରି ମସିଜିଦ ପରିସରରେ କୌଣସି ଭିଡିଓ ମ୍ୟୁଜିକ ସହ କେହି ବି ଶୁଟିଂ କରିପାରିବେ ନାହିଁ।

ମସଜିଦ କର୍ତ୍ତୃପକ୍ଷଙ୍କ ଏପରି ନୂଆ କଟକଣାକୁ କିଛି ଲୋକ ସମର୍ଥନ କରିଥିବା ବେଳେ ଆଉ କିଛି ବିରୋଧ କରିଛନ୍ତି। ଏହି ନିଷ୍ପତ୍ତିକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତି ମାଲିୱାଲ ରହିଛନ୍ତି। ସେ ଟ୍ୱିଟ କରି ଏହାକୁ ନିନ୍ଦା କରିଛନ୍ତି।

ମାଲିୱାଲ କହିଛନ୍ତି, “ଜାମା ମସିଜିଦରେ ମହିଳାଙ୍କ ଏଣ୍ଟ୍ରି ଉପରେ ରୋକ ଲଗାଇବା ସଂପୂର୍ଣ୍ଣ ଭାବେ ଭୁଲ। ପ୍ରାର୍ଥନା ପାଇଁ ଜଣେ ପୁରୁଷଙ୍କର ଯେତିକି ଅଧିକାର ରହିଛି, ସେତିକି ଅଧିକାର ଜଣେ ମହିଳାଙ୍କର ମଧ୍ୟ ରହିଛି। ଏହି ପ୍ରସଙ୍ଗରେ ମୁଁ ଜାମା ମସଜିଦ ଇମାମଙ୍କୁ ନୋଟିସ କରିଛି। ମହିଳାଙ୍କ ଉପରେ ଏପରି ବ୍ୟାନ ଲଗାଇବାର ଅଧିକାର କାହାର ବି ନାହିଁ।”
ଅନ୍ୟପକ୍ଷରେ ମସଜିଦର ପିଆରଓ ସବିଉଲ୍ଲା ଖାନ ନିଷ୍ପତ୍ତିକୁ ଯର୍ଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ମହିଳାମାନେ ଯେତେବେଳେ ଏକାକୀ ଆସୁଛନ୍ତି ସେତେବେଳେ ଏହି ଧାର୍ମିକ ସ୍ଥାନରେ ଅଶୋଭନୀୟ ଘଟଣା ଘଟୁଛି। ସେହି କାମକୁ ବନ୍ଦ କରିବା ପାଇଁ ବ୍ୟାନ ଲଗାଇଯାଇଛି।

ମସିଜିଦରେ ମହିଳାଙ୍କ ପ୍ରବେଶ ଉପରେ କୌଣସି ରୋକ ଲଗା ଯାଇନାହିଁ। ମହିଳାମାନେ ଏକାକୀ ଆସିବା ବେଳେ ଅସହଜ ଘଟଣା ଘଟିବାର ନଜିର ରହିଛି। ମସିଜିଦ ପରିସରରେ ଭିଡିଓ ଶୁଟିଂ ମଧ୍ୟ କରାଯାଉଛି। ପରିବାର ସହ ମହିଳା ଓ ଦମ୍ପତି ମସଜିଦ ଆସିବାରେ କୌଣସି ରୋକ ଲାଗିନି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.