ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ

add-all

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାୟ ପରିସରରେ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡାଙ୍ଗନ ଠାରେ ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିବା ବେଳେ କୁଳସଚିବ ଡଃ ଅଭୟ କୁମାର ନାୟକ ଓ ବିତ୍ତ ନିୟନ୍ତ୍ରକ ଶ୍ରୀ ଗୌତମ ପ୍ରଧାନ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ । କୁଳପତି, ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶାନୁକ୍ରମେ ୨୦୨୩ ମସିହାରେ ଆମ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ୱକପ୍ ର ବହୁଳ ପ୍ରଚାର ଓ ପ୍ରସାର ତଥା ଜାତୀୟ ହକି ମାନଚିତ୍ରରେ ଓଡ଼ିଶାର ବହୁ ବିଶିଷ୍ଟ ଖେଳାଳି ମାନଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ । ଉତ୍କଳ ବିଶଵବିଦ୍ୟାଳୟର କ୍ରୀଡା ପରିଷଦର ନିର୍ଦେଶକ, ପ୍ରଫେସର ସତ୍ୟ ସ୍ୱରୂପ ଦେବାଶିଷ ମୁଖ୍ୟବକ୍ତା ରୂପେ କ୍ରୀଡାବିତ୍ ମାନଙ୍କୁ ଅନୁପ୍ରାଣୀତ କରିଥିବା ବେଳେ, ଉକ୍ତ ଟୁର୍ଣ୍ଣାମେଣ୍ଟର ପରିଚାଳକ ଡଃ କୀର୍ତ୍ତି ରଞ୍ଜନ ମଲ୍ଲିକ ସଭା ପରିଚାଳନା ଦାୟୀତ୍ବ ନିର୍ବାହ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ୫ ଟି କଲେଜ ଭାଗ ନେଇଥିଲେ । ପୁରୁଷ ବିଭାଗରେ ନିଶ୍ବାସ କଲେଜ ବିଜୟ ହାସଲ କରି ଚାମ୍ପିଅନ ଆଖ୍ୟା ଏବଂ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ଢେଙ୍କାନାଳ ରନର୍ଶ ଅପ୍ ଆଖ୍ୟା ପାଇଥିଲେ। ମହିଳା ବିଭାଗରେ ଢେଙ୍କାନାଳ ଅଟୋନମସ କଲେଜ ଓ ପରିମଳ କଲେଜ ମଧ୍ୟରେ ଏକ ଚିତ୍ତାକର୍ଷକ ହକି ଖେଳ ଅନୁଷ୍ଠିତ ହୋଇଥିଲା।
ପ୍ରଦୀପ କୁମାର ସାମନ୍ତରାୟ ଟୁର୍ଣ୍ଣାମେଣ୍ଟରେ ସଂଯୋଜନାର ଦାୟିତ୍ଵ ଭାର ବହନ କରିଥିବା ବେଳେ ଗ୍ୟାନେଶ କାନୁନଗୋ, ବିଶ୍ବରଂଜନ ସଢ଼ଙ୍ଗୀ ଚୟନକର୍ତା ଓ ଅର୍ଧେନ୍ଦୁ ଦାସ ପର୍ଯ୍ୟବେକ୍ଷକ ରୂପେ ଉପସ୍ଥିତ ଥିଲେ। ବହୁମୁଖୀ କ୍ରୀଡାଙ୍ଗନର ବିକାଶ ଓ ସ୍ୱଳ୍ପ ସମୟରେ ହକି ଖେଳ ପଡିଆ ପ୍ରସ୍ତୁତି ପାଇଁ କ୍ରୀଡା ପରିଷଦର ଶକ୍ତି ରଞ୍ଜନ ସେନାପତି, ଅମ୍ବିକା ପ୍ରସାଦ ରାୟ ତଥା ଅନ୍ୟ କର୍ମକର୍ତ୍ତାଙ୍କୁ ଡଃ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.