ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ସଂପାଦକ ସମୀର କୁମାର ପାଢ଼ୀ ବାର୍ଷିକୀ ବିବରଣୀ ପଠନ କରିଥିଲେ। କୋଷାଧ୍ୟକ୍ଷ ଏସ ଅଶୋକ କୁମାର ପାତ୍ର ଆୟବ୍ୟୟ ପଠନ କରିଥିଲେ। କମିଟି ର କାର୍ଯ୍ୟକାଳ ତିନି ବର୍ଷ ପୂର୍ତ୍ତି ହୋଇଥିବାରୁ ସଭାପତି କମିଟି ଭଙ୍ଗ କରିଥିଲେ। ଆସନ୍ତା ତିନି ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ବିନୋଦି ବିହାରୀ ଦାସ, ଉପ ସଭାପତି ଭାବେ ମନୋରଞ୍ଜନ ପତି, ସମ୍ପାଦକ ତଥା ସାମ୍ବାଦିକ ଅରୁଣ କୁମାର ଷଡଙ୍ଗୀ, ସହ ସମ୍ପାଦକ ଏସ ସୌମ୍ୟ ରଞ୍ଜନ ପୃଷ୍ଟି,, କୋଷାଧ୍ୟକ୍ଷ ଏସ ଅଶୋକ କୁମାର ପାତ୍ର ଓ କାର୍ଯ୍ୟ କାରିଣୀ ସଭ୍ୟ ଭାବେ ଟି ଅଶ୍ଵିନୀ କୁମାର ପାତ୍ର, ସଞ୍ଜୟ କୁମାର ଆଚାର୍ଯ୍ୟ,ସିମାଞ୍ଚଳ ଦାସ, ଚତୁର୍ଭୁଜ ସାହୁ, ରାମେଶ୍ବର ସାହୁ ମନୋନୀତ ହୋଇଛନ୍ତି।

ad-week
Leave A Reply

Your email address will not be published.