ଖେରୀ ହିଂସା: ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କ ଉପରେ ଖଣ୍ଡାରେ ଆକ୍ରମଣ

add-all

ଲକ୍ଷ୍ନୌ: ଉତ୍ତରପ୍ରଦଶେର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲର ମୁଖ୍ୟ ସାକ୍ଷୀ ପ୍ରଭଜୋତ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କେବଳ ସେତିକି ନୁହେଁ ତାଙ୍କ ଭାଇ ସର୍ବଜୀତ ସିଂହ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ପ୍ରଭଜୋତ ଭାଇ ସର୍ବଜିତ ସହ ମିଶି ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ। ରାସ୍ତାରେ କିଛି ଲୋକେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମରଣାନ୍ତକ ଆକ୍ରମଣରେ ପ୍ରଭଜୋତ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କୁ ଗଭୀର ଆଘାତ ଲାଗିଛି।
ପ୍ରଭଜୋତଙ୍କ ଅଭିଯୋଗ ମୁତାବକ, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟୋନି ଓ ତାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନିକଟ ସମ୍ପର୍କୀୟମାନେ ଏହି ଆକ୍ରମଣ କରିଛନ୍ତି। ତେବେ ପୁଲିସ କିନ୍ତୁ ପ୍ରଭଜୋତଙ୍କ ଏହି ବୟାନରେ ସହମତ ନାହିଁ। ଘଟଣାର ତଦନ୍ତ ଜାରି ରହିଛି।

ଲଖିମପୁର ଏସ୍‌ପି ସଞ୍ଜିବ ସୁମନଙ୍କ କହିବା ମୁତାବକ, ଏହା ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ପୁରୁଣା ଶତ୍ରୁତାର ମାମଲା। ଏହି ଆକ୍ରମଣକୁ ନେଇ କେନ୍ଦ୍ର ମନ୍ତ୍ରୀ ଓ ତାଙ୍କ ପୁଅଙ୍କ କିଛି ଲିଙ୍କ ନାହିଁ। ବର୍ତ୍ତମାନ ଟିକୁନିଆ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।

ଲଖିମପୁର ଖେରୀ ମାମଲାରେ ଡିସେମ୍ବର ୬ ତାରିଖରେ ଏଡିଜେ ପ୍ରଥମେ କୋର୍ଟରେ କେନ୍ଦ୍ର ମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶି ମିଶ୍ରାଙ୍କ ସମେତ ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ମୋଟର ଯାନ ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଗଠନ କରାଯାଇଛି। ବର୍ତ୍ତମାନ ଡିସେମ୍ବର ୧୬ରୁ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହେବ।

ad-week
Leave A Reply

Your email address will not be published.