କେଜ୍ରିୱାଲଙ୍କ ହାତ ଛାଡ଼ିବେ ଗୁଜରାଟ ଆପ ବିଧାୟକ.. !

add-all

ଅହମ୍ମଦାବାଦ: ଗୁଜରାଟ ରାଜନୀତିରେ ନୂଆ ଟୁଇଷ୍ଟି। ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳା ଆସିବାର ମାତ୍ର ଦୁଇ ଦିନ ପରେ ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା। ଗୁଜରାଟର ଆପ୍ ପକ୍ଷରୁ ନବନିର୍ବାଚିତ ବିଧାୟକ ଭୂପତ ଭାୟାଣୀ ଦଳରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ନିଜେ ବିଧାୟକ ଭୂପତ ଭାୟାଣୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସେ ବିଜେପିରେ ମିଶିବେ ନାହିଁ। କିନ୍ତୁ ଦଳକୁ ବାହାରପଟୁ ସମର୍ଥନ ଦେବେ। ଗୁଜରାଟ ଜୁନାଗଡ ଜିଲ୍ଲା ବିସାବାଦାର ବିଧାନସଭା କ୍ଷେତ୍ରରେ ଆମ୍ ଆଦମୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ବିଧାୟକ ଭୂପତ ଭାୟାଣୀ।

ସେ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି । ୧୮୨ ବିଧାନସଭା ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପ୍ରଥମଥର ପାଇଁ ଗୁଜରାଟରେ ନିର୍ବାଚନ ଲଢି ଆମ୍ ଆଦମୀ ପାର୍ଟି ୫ ଟି ବିଧାୟକ ଜିତାଇବାରେ ସକ୍ଷମ ହୋଇଥିଲା । ଆମ୍ ଆଦମୀ ପାର୍ଟିକୁ ଗୁଜରାଟରେ ୧୩ ପ୍ରତିଶତ ଭୋଟ ମିଳିଛି। ସେପଟେ ୫ ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ଜି ଦଳରୁ ଇସ୍ତଫା ଦେଲେ ଆପ୍ ପାଖରେ ମାତ୍ର ୪ ଜଣ ବିଧାୟକ ରହିବେ ।

ad-week
Leave A Reply

Your email address will not be published.