ନଗର ନିଗମ ନିର୍ବାଚନରେ ପରାଜୟ ଯୋଗୁଁ ଦିଲ୍ଲୀ ‘ବିଜେପି’ ମୁଖ୍ୟ ପଦରୁ ଇସ୍ତଫା ଦେଲେ ଆଦେଶ ଗୁପ୍ତା

add-all

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ‘ଆମ୍‌ ଆଦ୍‌ମୀ ପାର୍ଟି’ଠାରୁ ଦଳ ହାରିଯିବା ପରେ ଦିଲ୍ଲୀ ‘ବିଜେପି’ ମୁଖ୍ୟ ଆଦେଶ ଗୁପ୍ତା ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।

ଗୁପ୍ତାଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦିଆଯିବା ପର୍ଯ୍ୟନ୍ତ ବୀରେନ୍ଦ୍ର ସଚଦେବାଙ୍କୁ କାର୍ଯ୍ୟନିର୍ବାହୀ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ୨୦୨୦ ଜୁନ୍‌ରେ ‘ବିଜେପି’ର ଦିଲ୍ଲୀ ୟୁନିଟ୍‌ର ମୁଖ୍ୟ ଭାବେ ଆଦେଶ ଗୁପ୍ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

ନଗର ନିଗମ ନିର୍ବାଚନରେ ହାରି ଯାଇ ସୁଦ୍ଧା ମେୟର୍‌ ପଦବୀ ପାଇଁ ‘ବିଜେପି’ ଦାବି କରିବ ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇ ଶୁକ୍ରବାର ଦିନ ଆଦେଶ ଗୁପ୍ତା କହିଥିଲେ ଯେ, ‘ଆପ୍‌’ ‘ଏମ୍‌ସିଡି’ ମେୟର୍‌ ନିଯୁକ୍ତି କରିବ। ‘ବିଜେପି’ ବଳିଷ୍ଠ ବିରୋଧୀ ଭୂମିକା ନିର୍ବାହ କରିବ।

ମଞ୍ଜିନ୍ଦର୍‌ ସିଂହ ସିର୍‌ସା ଏବଂ ତାଜିନ୍ଦର ପାଲ୍‌ ବାଗ୍ଗାଙ୍କ ସମତେ ଦଳର ଅନ୍ୟାନ୍ୟ ନେତାମାନେ ମଧ୍ୟ ଆଭାସ ଦେଇଥିଲେ କି, ‘ବିଜେପି’ ବୋଧହୁଏ ମେୟର୍‌ ପଦବୀ ଦାବି କରିବ।

କିନ୍ତୁ, ଗଣମାଧ୍ୟମକୁ ଗୁପ୍ତା କହିଥିଲେ, ‘ଆପ୍‌’ ଜନାଦେଶ ପାଇଛି। ତେଣୁ, ସେମାନେ ସେମାନଙ୍କର ମେୟର୍‌ ବାଛିବେ। ଆମେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛୁ।

ad-week
Leave A Reply

Your email address will not be published.