ନାଗପୁର ମେଟ୍ରୋ ଉଦ୍‌ଘାଟନ କରି ୬ଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

add-all

ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିବା ସହିତ ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ ଖରିଦ କରିଥିଲେ।

ଫ୍ରିଡମ୍‌ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଳେ।

ଏହାଛଡ଼ା, ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବାକୁ ଥିବା ଉକ୍ତ ରେଳ ପ୍ରକଳ୍ପର ‘ଫେଜ୍‌ ୨’ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।

ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ନାଗପୁର ଓ ଛତିଶଗଡ଼ର ବିଳାସପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଥିଲେ। ପତାକା ହଲାଇ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ରେଳରେ ଯାଉଥିବା ଯାତ୍ରୀମାନଙ୍କ ଆଡ଼କୁ ହାତ ହଲାଇଥିଲେ।

ad-week
Leave A Reply

Your email address will not be published.