ବିଳମ୍ବିତ ରାତିରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା : ଗୁଣିଗାରେଡ଼ି ସନ୍ଦେହ…

add-all

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ରାସୋଳ ଝିମିକିପାଟିଆ ଗ୍ରାମରେ ବିଳମ୍ବିତ ରାତିରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ରାସୋଳ ଝିମିକିପାଟିଆ ଗ୍ରାମର ବାହାଡ଼ା ମୁର୍ମୁ(୪୫) ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ(୩୫) ଖାଇପିଇ ଘରଚାଳିଆରେ ଶୋଇଥିଲେ। ଘର ଭିତରେ ସେମାନଙ୍କ ୨୨ ବର୍ଷୀୟା ଝିଅ ଶୋଇଥିଲେ। ବିଳମ୍ବିତ ରାତିରେ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଚାଲିଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀ କେତେଜଣ ଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଘଟଣା ସଂପର୍କରେ ଝିଅ କିଛି ଜାଣି ନଥିବା କହୁଛନ୍ତି। ଏଣେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି। ଖବର ପାଇ ହରିଚନ୍ଦନପୁର ଓ ଦୈତାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.