ସ୍ୱାମୀର ନିର୍ଯାତନା ସହି ନପାରି ସୋଶାଲ ମିଡିଆରେ ସୁରକ୍ଷା ମାଗିଲେ ମହିଳା ଇନ୍ସପେକ୍ଟର

add-all

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ସବ୍‌ଇନପେକ୍ଟର ତାଙ୍କ ସ୍ୱାମୀଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତାଙ୍କ ଓକିଲ ସ୍ୱାମୀ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଡଲି ତେଭାଥିଆ ନାମକ ଜଣେ ଏସଆଇ ଟ୍ୱିଟ୍‌ କରି ଏଭଳି ଅଭିଯୋଗ କରିଛନ୍ତି। ଡଲି ଏବେ ମେଟରନିଟି ଲିଭରେ ଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ବାରମ୍ବାର ଅକଥନୀୟ ନିର୍ଯାତନା ଦେଉଛନ୍ତି। ଯାହାର ଏକ ଭିଡିଓ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି। ଉଭୟେ ସ୍ୱାମୀ-ସ୍ତ୍ରୀ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ରୁହନ୍ତି। ଡିଲିଙ୍କ ସ୍ୱାମୀ ଜଣେ ଓକିଲ। ଡଲି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଦିଲ୍ଲୀ ପୁଲିସର ଜଣେ ସବ୍-ଇନ୍ସପେକ୍ଟର। ବର୍ତ୍ତମାନ ମୁଁ ମେଟରନିଟି ଲିଭରେ ଅଛି। କିନ୍ତୁ ମୋ ସ୍ୱାମୀ ଆଡଭୋକେଟ ତରୁଣ ଡବାସ ମୋତେ ସବୁଦିନ ନିର୍ଯାତନା ଦେଉଛନ୍ତି ।

ଆଜି ସେ ଦିନ ଆଲୁଅରେ ମୋତେ ମାଡ ମାରିଥିଲେ। ଦୟାକରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସେ ପୋଷ୍ଟ କରିଥିବା ଭିଡିଓରେ ଏକ କାର ଆସି ତାଙ୍କ ଘର ଆଗରେ ଠିଆ ହୋଇଥିବା ଏକ କାରକୁ ସାମାନ୍ୟ ଧକ୍କା ଦେଉଛି। ପରେ ଧକ୍କା ଦେଇଥିବା କାର ଭିତରୁ ଜଣେ ବ୍ୟକ୍ତି ବାହାରି ସେଠାରେ ଠିଆ ହୋଇଥିବା ମହିଳାଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ମହିଳା ଏସଆଇ ଜଣକ ଅଭିଯୋଗ କରିଛନ୍ତି ଯେ , ତାଙ୍କ ସ୍ୱାମୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପେଲା ଠେଲା କରିଥିଲେ। ଏଥିସହ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏସଆଇ ଡଲି ଏହି ଭିଡିଓ ପୋଷ୍ଟ କରି ଦିଲ୍ଲୀ ମହିଳା କମିଶନରଙ୍କୁ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ।

ଅଭିଯୋଗ ପାଇ ମହିଳା କମିଶନର ଦିଲ୍ଲୀ ପୁଲିସକୁ ଏକ ନୋଟିସ ଜାରି କରିଛନ୍ତି। ଦିଲ୍ଲୀ ପୁଲିସ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ନାଜାଫଗଡ ପୋଲିସ ଷ୍ଟେସନରେ ଧାରା ୩୨୩ , ୩୪୧, ୪୨୭ ଏବଂ ୫୦ ଅନୁଯାୟୀ ଏକ ମାମଲା ପଞ୍ଜିକୃତ କରିଛି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏସଆଇ ଏବଂ ତାଙ୍କ ଭାଇ ସୁମିତ କୁମାରଙ୍କ ଅଭିଯୋଗ ଉପରେ ମାମଲା ରୁଜୁ ହୋଇଛି। ଡବାସ ମଧ୍ୟ ଆଗରୁ ସୁମିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.