ସମ୍ବଲପୁର କଚେରୀ ଛକରେ ବ୍ୟାରିକେଡ୍‌ ଭାଙ୍ଗି କୋର୍ଟ ଭିତରକୁ ପଶିଲେ ଆନ୍ଦୋଳନକାରୀ

add-all

ସମ୍ବଲପୁର: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଓ ଲାଇସେନ୍ସ ନିଲମ୍ବନ ଭଳି ଚରମ ଆଭିମୁଖ୍ୟ ସତ୍ତ୍ୱେ କିଛି ଫରକ ପଡ଼ିନି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜିଦ୍‌ରେ ଅଟଳ ଓକିଲ ସଂଘ ତା’ର ଆନ୍ଦୋଳନ ଜାରି ରଖିଛି। ଆଉ ଆଜି ସେମାନଙ୍କ ସହ ଆନ୍ଦୋଳନରେ ବିଭିନ୍ନ ସଂଗଠନ ସାମିଲ ହେବା ପରେ ସମ୍ବଲପୁରର କଚେରି ଛକ କୁରୁକ୍ଷେତ୍ର ପାଲଟିଛି। ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ ଓ ପୁଲିସ୍।

ବିଭିନ୍ନ ସଂଗଠନର ସଦସ୍ୟମାନେ ଆଜି ପାରମ୍ପରିକ ବାଦ୍ୟ ଧରି ନାଚ କରି ନିଜ ନିଜ ବ୍ୟାନର ଧରି ରାଲିରେ ଆସି କଚେରି ଛକରେ ଓକିଲଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନେ ସଂଘବଦ୍ଧ ହୋଇ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ୍ ସେମାନଙ୍କୁ ବାଧା ଦେଇଥିଲା। ଫଳରେ ଆନ୍ଦୋଳନକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲା। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ପୁଲିସ୍‌କୁ ଠେଲି କୋର୍ଟ ଭିତରକୁ ପ୍ରବେଶ କରିଥିଲେ ଓ ବିଚାରପତିଙ୍କୁ କୋର୍ଟ କାର୍ଯ୍ୟ କରିବାକୁ ବାରଣ କରିଥିଲେ। ପରେ ପୁଲିସ୍ ବିଚାରପତିଙ୍କୁ ସୁରକ୍ଷିତ ଭାବେ କୋର୍ଟ ବାହାରକୁ ଆଣିଥିଲା। କେବଳ ଏତିକି ନୁହେଁ, ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଅନ୍ୟପକ୍ଷରେ  ଓକିଲଙ୍କ ଆନ୍ଦୋଳନକୁ ନେଇ ରାଜ୍ୟ ଡିଜିପିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ  ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୁଲିସ ବିଫଳ ହୋଇଥିବା କୋର୍ଟ କହିଛନ୍ତି। ଏନେଇ ଉଭୟ ଡିଜି ଓ ଆଇଜିଙ୍କୁ ବୁଧବାର ଭିସିରେ  ଭିସିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଓଡ଼ିଶା ପୁଲିସ ଯଦି ନପାରୁଛି, ଆମକୁ ଜଣାନ୍ତୁ। ଆମେ ଏଥିପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବୁ।

nis-ad
Leave A Reply

Your email address will not be published.