ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା

add-all

ଭୁବନେଶ୍ବର: ଆଜି ଶପଥ ନେଲେ ବର୍ଷା ସିଂ ବରିହା। ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା। ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି। ଶାଶୁ ଶ୍ୱଶୁରଙ୍କଠାରୁ ଆଶୀର୍ବାଦ ନେଇ ବିଧାନସଭା ଯାଇଥିଲେ। ଶପଥ ଗ୍ରହଣ ସମାରୋହରେ ଭଟଲି ବିଧାୟକ ସୁଶାନ୍ତ ସିଂହ ଓ ଜିଲ୍ଲାର ବହୁ ବିଧାୟକ ଉପସ୍ଥିତ ରହିଥିଲେ।

ପଦ୍ମପୁର ଉପନିର୍ବାଚନରେ ୪୨ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବର୍ଷା ସିଂ ବରିହା। ବର୍ଷା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ବର୍ଷା ସିଂ ବରିହା। ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଉପନିର୍ବାଚନ ହୋଇଥିଲା।

ad-week
Leave A Reply

Your email address will not be published.