ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣା, ସବୁକିଛି ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ : ଏସ୍‌ପି

Independence

ସମ୍ବଲପୁର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣାରେ ସମ୍ବଲପୁର ଏସପି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଜିଲା ବିଚାରପତିଙ୍କୁ ଆସିବାକୁ ଦିଆଯାଇନାହିଁ, ଭଙ୍ଗାରୁଜା କରାଯାଇଛି। ସବୁକିଛି ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

ଅପରପକ୍ଷରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦେଶକୁ ବି ମାନୁ ନାହାନ୍ତି ଆଇନଜୀବୀ। ପୁଣି ରଣକ୍ଷେତ୍ର ପାଲଟିଛି ସମ୍ବଲପୁର କଚେରି ଛକ। ସମ୍ବଲପୁର କୋର୍ଟ ରୁମରେ ପଶି ଆନ୍ଦୋଳନକାରୀ ଭଙ୍ଗାରୁଜା କରିଛନ୍ତି।

ad-week
Leave A Reply

Your email address will not be published.