ଚିକିତ୍ସା ନାଁରେ ନାବାଳିକାଙ୍କୁ ଅସଦାଚରଣ କଲେ ଡାକ୍ତର!

add-all

ବାରିପଦା : ଅପବାଦର କଳଙ୍କ ମୁଣ୍ଡାଇଲା ଉତ୍ତର ଓଡ଼ିଶାର ଏକ ପ୍ରତିଷ୍ଠିତ ମେଡ଼ିକାଲ୍‌ କଲେଜ। ସେଠାରେ ଚିକିତ୍ସା ବାହାନାରେ ନାବାଳିକାଙ୍କୁ ଅସଦାଚରଣ କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ନାଁରେ ଚାମ୍ୱର ଭିତରେ ନାବାଳିକାଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୋମବାର ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପେଟ ଯନ୍ତ୍ରଣା କରିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଓ ହଷ୍ଟେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌(ପିଆରଏମ୍)ର ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ। ତାଙ୍କୁ ଚିକିତ୍ସା କରିବାକୁ ଆସିଥିଲେ ଡାକ୍ତର ସୌରଭ ଉପାଧ୍ୟାୟ। ହେଲେ ସେ ଛାତ୍ରୀଙ୍କୁ ନିଜ ଚାମ୍ୱରକୁ ନେଇ ଯାଇଥିଲେ। ଆଉ ପରିବାର ଲୋକଙ୍କୁ ଚାମ୍ୱରରୁ ବାହାର କରିଦେଇଥିଲେ। ଚିକିତ୍ସା ବାହାନାରେ ଡାକ୍ତର ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଭିତରେ ହାତ ପୂରାଇ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ଛାତ୍ରୀ ଜଣକ ବିରୋଧ କରିଥିଲେ। ଏପରିକି ଚ୍ୟାମ୍ୱରରୁ ବାହାରି ଆସି ପରିବାର ଲୋକଙ୍କୁ କହିଥିଲେ।

ଝିଅଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକେ ତାତି ଯାଇଥିଲେ। ଏହାକୁ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖିଥିଲେ। ବାରିପଦା ଟାଉନ୍‌ ପୁଲିସ୍‌ ମେଡ଼ିକାଲ୍‌ରେ ପହଞ୍ଚି ଡାକ୍ତରଙ୍କୁ ନେଇ ଥାନାରେ ଅଟକ ରଖିଥିଲା। ପୀଡିତା ଓ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରି ଆଜି ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର ସୌରଭ ଉପାଧ୍ୟାୟ। ନାବାଳିକାଙ୍କୁ ଅସଦାଚରଣ କରିନାହିଁ, କେବଳ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିଲି ବୋଲି ଡାକ୍ତର କହିଛନ୍ତି। ସେପଟରେ ପୀଡ଼ିତାଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଡାକ୍ତର ମଦ ପାଇଥିବା ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.