ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯିବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

add-all

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯିବେ। ଏଥି ସହିତ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେବ। ଇଡି ପକ୍ଷରୁ ହୋଇଥିବା ରିମାଣ୍ଡ ଆବେଦନକୁ ଖୋର୍ଦ୍ଧା ଓ ଜିଲ୍ଲା ଜଜ୍ କୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ଅର୍ଚ୍ଚନାଙ୍କୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ସେହିଭଳି ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଆଦେଶ ଦେଇଛନ୍ତି। ଅର୍ଚ୍ଚନା ଆଜି ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି। ଜଗବନ୍ଧୁ ଆସନ୍ତାକାଲି ଠାରୁ ରିମାଣ୍ଡରେ ଯିବେ।

ଇଡି ପକ୍ଷରୁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ରିମାଣ୍ଡ ଆବେଦନ ମଞ୍ଜୁର ହେବା ପରେ ଆଜି ଅର୍ଚ୍ଚନାଙ୍କୁ ଇଡି ନେଇ ଥିବା ବେଳେ ବୁଧବାର ଜଗବନ୍ଧୁକୁ ଜେଲରୁ ରିମାଣ୍ଡରେ ନେବ। ଇଡି ବୁଧବାର ଦିନ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବା ପରେ ଉଭୟ ଦମ୍ପତିଙ୍କୁ ସାମ୍ନାସାମ୍ନି ଜେରା କରିବ।

ସୂଚନାଯୋଗ୍ୟ, କମିସନରେଟ ପୁଲିସ ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ। ତେବେ ରିମାଣ୍ଡ ସମୟରେ ଇଡିକୁ ଅର୍ଚ୍ଚନାଙ୍କ ପାଖରୁ ଅନେକ ତଥ୍ୟ ହସ୍ତଗତ ହୋଇଛି। ତେବେ ଇଡି ଅର୍ଚ୍ଚନା ନାଗ ଓ ତାଙ୍କର ସ୍ବାମୀ ଜଗବନ୍ଧୁଙ୍କୁ ସାମ୍ନାସାମ୍ନି ବସାଇ ଅଧିକ ପଚରାଉଚରା କରିବା ପାଇଁ ପୁଣି ଥରେ ରିମାଣ୍ଡ ନେବାକୁ ଚାହୁଁଛି।

ad-week
Leave A Reply

Your email address will not be published.