ନାବାଳିକାକୁ ଏସିଡ୍‌ ଫିଙ୍ଗିବା ଅଭିଯୋଗରେ ୩ ଗିରଫ

add-all

ନୂଆଦିଲ୍ଲୀ: ଆଜି ସକାଳେ ଜାତୀୟ ରାଜଧାନୀରେ ଜଣେ ୧୭ ବର୍ଷର ବାଳିକାକୁ ଏସିଡ୍ ଫିଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ବୟାନକୁ ଆଧାର କରି ପ୍ରଥମେ ପୁଲିସ ପୂର୍ବରୁ ଜଣେ ଅଭିଯୁକ୍ତକୁ ଅଟକ ରଖିଥିଲା। ପୀଡ଼ିତାଙ୍କ ଭଉଣୀ କହିଛନ୍ତି ଯେ, ମୁଁ ଆଉ ମୋ ଭଉଣୀ ଆଜି ସକାଳେ ସ୍କୁଲ ଯାଉଥିଲୁ। ଏହି ସମୟରେ ୨ ଜଣ ବାଇକ୍ ଚାଳକ ଆସି ତାଙ୍କ ଭଉଣୀଙ୍କ ମୁହଁକୁ ଏସିଡ୍ ଫିଙ୍ଗିଥିଲେ। ହଠାତ୍ ମୁଁ ତାଙ୍କ ଚିତ୍କାର ଶୁଣିଲି। ମୁଁ ବିବ୍ରତ ହୋଇ ବାପାଙ୍କୁ ଫୋନ୍‌ କରି ଡାକିଲି। ଏହା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେମାନେ ଆସିଥିବା ବାଇକରେ କୌଣସି ନମ୍ବର ପ୍ଲେଟ୍ ନଥିଲା। ନାବାଳିକା ଜଣକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀର ଦ୍ୱାରକାଠାରେ ଆଜି ସମ୍ପୃକ୍ତ ଯୁବତୀଙ୍କ ଉପରେ ଏସିଡ ଆକ୍ରମଣ କରାଯାଇଥିଲା । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏସିଡ୍ ଆକ୍ରମଣର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏସିଡ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମ୍ନାକୁ ଆସିଛି। କେଜ୍ରିୱାଲ କହିଛନ୍ତି, ‘ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍।

ad-week
Leave A Reply

Your email address will not be published.